January 24, 2026

Utkal Sambad

୬୧୦୦୦ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ: ୬୧,୦୦୦ ଯୁବକ ଯୁବତୀଙ୍କୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୮ତମ ନିଯୁକ୍ତି ମେଳାରେ ୬୧,୦୦୦ ଯୁବକ ଓ ଯୁବତୀଙ୍କୁ ସରକାରୀ ସେବା ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ନିଯୁକ୍ତି ପତ୍ରକୁ ନେସନ୍ ବିଲ୍ଡିଂ ବା ରାଷ୍ଟ୍ର ନିର୍ମାଣ ଭାବେ ବର୍ଣ୍ଣନା କରିଛନ୍ତି ମୋଦୀ। ଅର୍ଥାତ୍ ଏହି ନୁଯୁକ୍ତି ପତ୍ର ଦ୍ଵାରା କେବଳ ଯୁବକ ଯୁବତୀଙ୍କୁ ଚାରିକି ମିଳିବ ତା ନୁହେଁ, ଦେଶକୁ ଏକ ନୂଆ ଗତି ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଆଜି ଏହି ଯୁବକମାନଙ୍କ ଜୀବନରେ ଏକ ନୂତନ ଆରମ୍ଭ ହେଲା। ଏହି ନିଯୁକ୍ତି ପତ୍ରଗୁଡ଼ିକୁ କେବଳ ଏକ ଦସ୍ତାବିଜ ନୁହେଁ, ବରଂ ଏହା ଏକ ‘ରାଷ୍ଟ୍ର ନିର୍ମାଣ ପାଇଁ ନିମନ୍ତ୍ରଣ ପତ୍ର’ ଏବଂ ଏକ ‘ସଂକଳ୍ପ ପତ୍ର’। ଯାହା ଏକ ବିକଶିତ ଭାରତ ନିର୍ମାଣକୁ ତ୍ୱରାନ୍ୱିତ କରିବ