June 25, 2025

Utkal Sambad

ଜିଓର ଇନହାଉସ୍ ୫ଜି ପ୍ରଯୁକ୍ତି ବିଶ୍ୱର ସର୍ବୋତ୍ତମ ପ୍ରଯୁକ୍ତି ମଧ୍ୟରୁ ଅନ୍ୟତମ: ଅମ୍ବାନୀ ରିଲାଏନ୍ସ ଏକ ଡିପ୍ ଟେକ ଏବଂ ଆଡ଼ଭାନ୍ସଡ଼ ମାନୁଫାକଚରିଂ କମ୍ପାନୀ ହେବାକୁ ଯାଉଛି ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ରର ଜିଓରେ ବିପୁଳ ନିବେଶ କରିବା ତାଙ୍କ...

1 min read

ଗଣିଆ -(ମନୋରଞ୍ଜନ ମଳିକ )-ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜର ଚିକିତ୍ସା ପାଇଁ ମୁମ୍ବାଇ ଗ୍ରସ୍ତ କରିଛନ୍ତି, ସେ କିଭଳି ଶୀଘ୍ର ସୁସ୍ଥ...

1 min read

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଥାନା ପରିସରରେ ଥିବା ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ...

1 min read

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଜୟ ଦୁର୍ଗା ଆଗ୍ରୋ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ଼ ତରଫରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି ସମ୍ମିଳନୀରେ...

1 min read

ଗଣିଆ -(ମନୋରଞ୍ଜନ ମଳିକ )-କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ର ସ୍ୱୟଂଚାଳିତ ସଂସ୍ଥା ମାଇଁ ଭାରତ, ନୟାଗଡ଼ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ...

1 min read

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବେଠିଆସାହି ଓ ୱାଲିପୁର ଠାରେ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଆଶ୍ରୟସ୍ଥଳୀ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ...

1 min read

କଟକରେ ଜିଓର ଉତ୍କୃଷ୍ଟ ନେଟୱାର୍କ ପ୍ରଦର୍ଶନ ସହିତ ଟ୍ରାଇର ଏପ୍ରିଲ ୨୦୨୫ ଡ୍ରାଇଭ୍ ପରୀକ୍ଷଣ (ଆଇଡ଼ିଟି) ରେ ଜିଓ ଜାତୀୟ ସ୍ତରରେ ଆଗରେ ରହିଛି ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଏପ୍ରିଲ ୨୦୨୫ ପାଇଁ ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ପରୀକ୍ଷଣ (ଆଇଡ଼ିଟି) ଫଳାଫଳ ଅନୁଯାୟୀ, ରିଲାଏନ୍ସ ଜିଓ କଟକ ସହରରେ ବେଶ ପ୍ରଭାବଶାଳୀ ନେଟୱାର୍କ ପ୍ରଦର୍ଶନ କରିଛି। ଟ୍ରାଇର ନିୟମିତ ସେବା ଗୁଣବତ୍ତା ଅଡିଟ୍ ର ଏକ ଅଂଶ ଭାବରେ ଏହି ଡ୍ରାଇଭ୍ ପରୀକ୍ଷଣ ୧୫ ଏପ୍ରିଲରୁ ୧୮ ଏପ୍ରିଲ ୨୦୨୫ ଯାଏଁ ଓଡ଼ିଶା ସେବା କ୍ଷେତ୍ରର କଟକ ସହରରେ କରାଯାଇଥିଲା, ଯେଉଁଥିରେ ମୋଟ ୩୩୧.୪ କିଲୋମିଟର ଡ୍ରାଇଭ୍ ସହିତ ରିଅଲ୍-ଟାଇମ୍ ନେଟୱାର୍କ ପ୍ରଦର୍ଶନ ମୂଲ୍ୟାଙ୍କନ କରାଯାଇଥିଲା। କଟକ ସହରରେ ଡାଟା ସେବା ପାଇଁ କରାଯାଇଥିବା ପରୀକ୍ଷଣରେ, ଜିଓ ଏହାର ନେଟୱାର୍କର ପ୍ରାଧାନ୍ୟ ପ୍ରମାଣିତ କରି ସର୍ବାଧିକ ୨୩୩.୪୬ ଏମବିପିଏସ ହାରାହାରି ଡାଉନଲୋଡ୍ ସ୍ପିଡ୍ ହାସଲ କରିବା ସହିତ ୨୪.୦୪ ଏମବିପିଏସର ଦୃଢ଼ ଅପଲୋଡ୍ ସ୍ପିଡ୍ ପ୍ରଦର୍ଶନ କରିଥିବା ଏହି ରିପୋର୍ଟରୁ ଜଣାପଡିଛି। ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ପ୍ରାୟ ଦୁଇଗୁଣ ରହିଥିଲା। ବ୍ୟସ୍ତବହୁଳ ହଟସ୍ପଟ୍‌ଗୁଡ଼ିକରେ ମଧ୍ୟ, ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୧୦୨.୦୯ ଏମବିପିଏସ ରହିଥିଲା, ଯାହା ଷ୍ଟ୍ରିମିଂ, ଭିଡିଓ କନଫରେନ୍ସିଂ ଏବଂ ରିଅଲ୍-ଟାଇମ୍ ଆପ୍ଲିକେସନ୍ ପାଇଁ ନିରବଛିନ୍ନ ଯୋଗାଯୋଗ ସଂଯୋଗ ସୁନିଶ୍ଚିତ କରିଥିଲା। ଏକ ସମ୍ପୂର୍ଣ୍ଣ କଲ୍ ସେଟଅପ୍ ସଫଳତା ହାର (ସିଏସଏସଆର) ରେ ଜିଓ ୧୦୦ ପ୍ରତିଶତ ସଫଳତା ହାସଲ କରିବା ସହିତ ମାତ୍ର ୦.୭୩ ସେକେଣ୍ଡର କଲ୍ ସେଟଅପ୍ ସମୟ ହାସଲ କରିଥିଲା। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଜିଓ ଶୂନ ପ୍ରତିଶତ କଲ୍ ଡ୍ରପ୍ ହାର ଏବଂ ଶୂନ ପ୍ରତିଶତ କଲ୍ ମ୍ୟୁଟ୍ ହାର ରେକର୍ଡ କରିଛି, ଯାହା ଅତୁଳନୀୟ ନିର୍ଭରଯୋଗ୍ୟତାର ଏକ ଚିହ୍ନ ହେବା ସହିତ ସମସ୍ତ ଅପରେଟରଙ୍କ ମଧ୍ୟରେ ସର୍ବୋତ୍ତମ ରହିଛି। କଟକରେ ଜିଓର ଅଗ୍ରଣୀ ପ୍ରଦର୍ଶନ ଏହାର ବ୍ୟାପକ ଜାତୀୟ ପ୍ରଦର୍ଶନକୁ ପ୍ରତିଫଳିତ କରିଛି। ଭାରତର ସାତଟି ପ୍ରମୁଖ ସହର ଏବଂ ଜାତୀୟ ରାଜପଥ କରିଡରରେ ଏପ୍ରିଲ ୨୦୨୫ରେ ହୋଇଥିବା ପରୀକ୍ଷଣର ଟ୍ରାଇର ରିପୋର୍ଟରେ, ସାତଟି କ୍ଷେତ୍ର ମଧ୍ୟରୁ ପାଞ୍ଚଟିରେ ଜିଓ ଶୀର୍ଷ ମାନ୍ୟତାପ୍ରାପ୍ତ ଅପରେଟର ଭାବରେ ଉଭା ହୋଇଛି। ଏହା ପରୀକ୍ଷଣ କରାଯାଇଥିବା ସମସ୍ତ ସ୍ଥାନରେ କଲ୍ ସେଟଅପ୍ ସଫଳତା ହାର (ସିଏସଏସଆର), କଲ୍ ସେଟଅପ୍ ସମୟ, ମ୍ୟୁଟ୍ କଲ୍ ରେଟ୍ ଏବଂ ଡାଉନଲୋଡ୍ ସ୍ପିଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡରେ ଶୀର୍ଷ ପ୍ରଦର୍ଶନ କରିଥିଲା। ବିବିଧ କ୍ଷେତ୍ର ଏବଂ ପ୍ରଯୁକ୍ତି ବର୍ଗରେ ଏହାର ସ୍ଥିର ପ୍ରଦର୍ଶନ ସହିତ, ରିଲାଏନ୍ସ ଜିଓ ସ୍ୱର (ଭଏସ) ସ୍ପଷ୍ଟତା, କମ ଲାଟେନ୍ସୀ ଏବଂ ଅଲ୍ଟ୍ରା-ଫାଷ୍ଟ ମୋବାଇଲ୍ ଡାଟା ପାଇଁ ମାନଦଣ୍ଡ ସୃଷ୍ଟି କରିଚାଲିଛି, ଯାହା ଡିଜିଟାଲ୍ ଇଣ୍ଡିଆର ପ୍ରତିଶ୍ରୁତିକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣର ନିକଟତର କରିଛି। ଉଲ୍ଲେଖଯୋଗ୍ୟ ଯେ ଜିଓ ରାଜ୍ୟରେ ଏହାର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ସହିତ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ପ୍ରାୟ ୪୬ ପ୍ରତିଶତ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଉପଭୋକ୍ତା ବଜାର ଅଂଶ ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ସବସ୍କ୍ରାଇବର ତଥ୍ୟ ଅନୁଯାୟୀ, ରାଜ୍ୟରେ ଏପ୍ରିଲ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ୧.୬୧ କୋଟିରୁ ଅଧିକ ମୋବାଇଲ୍ ଉପଭୋକ୍ତା, ୩ ଲକ୍ଷରୁ ଅଧିକ ଜିଓଫାଇବର ଉପଭୋକ୍ତା ଏବଂ ୧.୬୭ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଉପଭୋକ୍ତା ରହିଥିବା ବେଳେ ଏହା ସମସ୍ତ ତିନୋଟି କ୍ଷେତ୍ରରେ ସର୍ବାଗ୍ରେ ରହିଛି।

1 min read

ଭୁବନେଶ୍ୱର : ମାୟାଧର କ୍ଲାସେସ ଓଡ଼ିଶାର ଏକ ପ୍ରତିଷ୍ଠିତ କୋଚିଂ ସଂସ୍ଥା, ଏହାର ଶ୍ରେଷ୍ଠ ନିଟ୍ ଗ୍ୟାଙ୍କର୍ସମାନଙ୍କୁ ଡ.ମାୟାଧର ସାହୁଙ୍କ ଦ୍ବାରା ସମ୍ମାନିତ କରାଯାଇଛି। ଏହି ସଂସ୍ଥାର...

1 min read

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବନାଞ୍ଚଳ, ଓ ମହାନଦୀ ବନ୍ୟା ପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ର ବନ କର୍ମଚାରୀ ମାନେ କଳାବ୍ୟାଚ ପରିଧାନ...