ଭୁବନେଶ୍ୱର: ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬ ରୁ ଦିନ ୧ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବ ବିଜେଡି। ଭରତପୁର ଥାନାରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାକୁ ନେଇ ଭୁବନେଶ୍ୱର ବନ୍ଦ ପାଳନ କରିବ ବିଜେଡି। ତେବେ ବିଜେଡିର ହରତାଳ ଡାକରାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୧୦୦ ଦିନରେ ସରକାରଙ୍କ ସଫଳତାକୁ ବିଜେଡି ସହ୍ୟ କରିପାରୁନି। ୨୪ ବର୍ଷ ପରେ ବିରୋଧୀ ଆସନରେ ବସିଥିବା ବିଜେଡି ସହ୍ୟ କରିପାରୁନି।ସେମାନଙ୍କ ସମୟରେ ଘଟିଥିବା ଘଟଣାକୁ ମନେ ପକାଇଲେ ଲଜ୍ଜିତ ହେବେ, ଅନେକ ଘଟଣାରେ ବିଜେଡିର ନିର୍ବାଚିତ ପ୍ରତିନିଧିଙ୍କ ନାଁ ସାମ୍ନାକୁ ଆସିଥିଲା। ସେହି ସମୟରେ ବିଜେଡି ରାଜଧର୍ମ ପାଳନ କରିଥିଲେ ଏଭିଳି ହୋଇନଥାନ୍ତା ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ଆଦର୍ଶ ଥାନା ନୁହେଁ ବରଂ ଆଦର୍ଶ ପୋଲିସ ବିଜେପି ତିଆରି କରିବ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ