ଭୁବନେଶ୍ୱର: ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ସହାୟତା । ପ୍ରତି ମିଲ ପିଛା ଦାମକୁ ୧ ଟଙ୍କା ବୃଦ୍ଧି କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମିଳିଥିବା ସୂଚନା ମୁତାବକ, ଦରଦାମ ବୃଦ୍ଧିକୁ ଦେଖି ମିଡ ଡେ ମିଲ ପିଛା ଦାମ ୧ ଟଙ୍କା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଉ ଖୁବଶୀଘ୍ର ଏନେଇ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ହେଲେ ଶେଷରେ ଏହି ସହାୟତା ରାଶିର ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପ୍ରାୟ ୪୬ଳକ୍ଷ ଛାତ୍ରୀଛାତ୍ର ଏହି ମିଡ୍ ଡେ ମିଲ୍ ଖାଉଛନ୍ତି।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ