March 17, 2026

Utkal Sambad

ୟୁଥ ଆସେମିଲୀ ଫେଷ୍ଟିଭାଲର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ସୁସମ୍ବାଦ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ପ୍ରେସ୍ର ମିଟ୍ ଜାରି କରାଯାଇଛି । ଯେଉଁଥିରେ ଚଳିତ ବର୍ଷ ୨୧ ,୨୨ ,୨୩ ,୨୪ ,୨୫ ,ପାଞ୍ଚଦିନ ଧରି ରାଜ୍ୟ ବ୍ୟାପି ଏକ ୟୁଥ ଆସେମିଲୀ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ,ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ,ରମାଦେବୀ ବିଶ୍ୱବିଦ୍ୟାଳୟ ଏଭଳି ପ୍ରମୁଖ ଅନୁଷ୍ଠାନ ମାନଙ୍କର ଛାତ୍ର ଛାତ୍ରୀମାନଙ୍କୁ ଅଂଶୀଦାର ନିମନ୍ତେ ନିମନ୍ତ୍ରିତ କରାଯାଇଛି। ରେଜିଷ୍ଟ୍ରେସନ ପ୍ରକ୍ରିୟା ମଧ୍ୟ ଜାରି ହେଇଚାଲିଛି ଏବଂ ଓଡିଶା ସରକାରଙ୍କ ଅନୁମୋଦନ ମଧ୍ୟ ରହିଛି ଏଭଳି କାର୍ଯ୍ୟକ୍ରମ ପଛରେ । ପୂର୍ବରୁ କେବେବି ଓଡିଶାରେ ଏଭଳି ଅନୁମୋଦିତ କାର୍ଯ୍ୟକ୍ରମ ହୋଇନାହିଁ ।
ପ୍ରଥମଥର ପାଇଁ ସୁସମ୍ବାଦ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଡ଼ାଃ ମାୟାଧର ବେହରାଙ୍କ ନେତୃତ୍ୱରେ ଏଭଳି କାର୍ଯ୍ୟକ୍ରମକୁ ଆଗେଇନିଆଯାଉଛି ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ପର୍ଲ୍ୟାମେଣ୍ଟାରୀ ଡେମୋକ୍ରେସିର ଜ୍ଞାନ ଯୁବକ ମାନେଜାଣିବା । ସଦନ କେଉଁଭଳି ଭାବରେ ଚାଲେ ସେବିଷୟରେ ଜ୍ଞାତ କରାଇବା। କେଉଁଭଳି ପ୍ରଶ୍ନ ପଚରାଯିବ ସଦନରେ ମୁଦ୍ଦା କଣ ରହିବ। ବିଧାନସଭାରେ ବିଧାୟକ ମାନଙ୍କର ଆକ୍ଟିଭିଟି କେମିତି ରୁହେ କଣ କଣ ବିଷୟ ବସ୍ତୁ ଉପରେ ଆଲୋଚନା ପ୍ରସଙ୍ଗ ହୁଏ ?ସରକାରଙ୍କ ଅନୁମିତ ବିଲ୍ ଅନୁମୋଦନରେ କେଉଁଭଳି ଭାବରେ ଆଲୋଚନା ପ୍ରସଙ୍ଗ ରୁହେ ଏସମସ୍ତ ତଥ୍ୟ ବିଷୟରେ ଅବଗତ କରାଇବା ।