ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ । ଏହାକୁ ମିଶାଇ ଏବେ ମୋଟ୍ ୨୦ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ। ଆଜି ସକାଳ ସାଢେ ୯ଟାରେ ପୂଜାର୍ଚ୍ଚନା କରାଯାଇ ୭ଟି ଗେଟ୍ ଖୋଲାଯାଇଥିଲା। ଏହାପରେ ଆଉ ୭ଟି ଗେଟ୍ ଖୋଲାଯାଇଥିଲା। ବର୍ତ୍ତମାନ ଡାହାଣ ପଟେ ୬ଟି ଓ ବାମ ପାର୍ଶ୍ୱରେ ୧୪ଟି ଗେଟ୍ ଖୋଲାଯାଇଛି। ଯେହେତୁ ଡ୍ୟାମ ଭିତରକୁ ବନ୍ୟାଜଳର ପ୍ରବେଶ ବଢୁଛି, ତେଣୁ ଆଗକୁ ଆହୁରି ଅଧିକ ଗେଟ୍ ଖୋଲିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। କିନ୍ତୁ ଏବେ ଏବେ ନୁହେଁ ଆସନ୍ତାକାଲି ଜଳସ୍ତରକୁ ଦେଖି ଅଧିକ ଗେଟ୍ ଖୋଲା ଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।
More Stories
ଭାରତୀୟ ମଜଦୂର ସଂଘର ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ
ରୋଗୀ କଲ୍ୟାଣୀ ସମିତି ବୈଠକ ଅନୁଷ୍ଠିତ
ରାଶନ କାର୍ଡ କିପରି କରିବେ ସଂଶୋଧନ