June 26, 2025

Utkal Sambad

ସୁପର ହିଟ୍ ଗାୟକ କୁମାର ସାନୁ ଡିପଫେକର ଶିକାର

ବଲିଉଡର ସୁପର ହିଟ୍ ଗାୟକ କୁମାର ସାନୁ ଡିପଫେକର ଶିକାର ହୋଇଛନ୍ତି । କୁମାର ସାନୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗୋଟିଏ କର୍ଯ୍ୟକ୍ରମରେ ଗୀତ ଗାଇବାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ କିନ୍ତୁ ଏହାକୁ ଖଣ୍ତନ କରି ନିଜ ସୋସିଆଲ ମିଡିଆ ଏକ୍ସରେ ଏହାକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଇମ୍ରାନଙ୍କ ପାଇଁ ସେ କୌଣସି କାର୍ଯ୍ୟକ୍ରମ କରିନାହାନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ତାଙ୍କର ଡିପ୍‌ଫେକ୍‌ ଭିଡିଓ । କିଛି ଲୋକ ତାଙ୍କୁ ବଦନାମ କରିବା ଲାଗି ଏଭଳି ପନ୍ଥା ଗ୍ରହଣ କରିଛନ୍ତି । ଟୋକ୍ନୋଲୋଜିର ଅପବ୍ୟବହାର କରାଯାଇଛି । ଏହାକୁ ବିଶ୍ବାସ ନ କରିବାକୁ ସେ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଏହି ଘଟଣାର ଅଧିକା ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ।