October 11, 2025

Utkal Sambad

ସାଙ୍ଗକୁ ଛୁରି ଭୂସି ହତ୍ୟା କଲା ସାଙ୍ଗ

ଗଣିଆ, ( ମନୋଜ ମଳିକ) : ସାଙ୍ଗ ଛାତିରେ ଛୁରୀ ଭୂସି ହତ୍ୟା କରିଛି ସାଙ୍ଗ । ଗ୍ରାମର ଗଙ୍ଗାଧର ରାଉତ(ସନିଆ) ଗାଁ ଦାଣ୍ଡରେ ଛିଡ଼ା ହୋଇଥିବା ପୁରୁଷୋତ୍ତମ ପ୍ରଧାନଙ୍କ ମଧ୍ୟରେ ବଚସା ହେବାରୁ ସନିଆ ପ୍ରଥମେ ପୁରୁଷୋତ୍ତମକୁ ଧକ୍କା ମାରିଥିଲେ । ପରେ ଅତ୍ୟନ୍ତ ଉତକ୍ଷୀପ୍ତ ହୋଇ ଏକ ଛୁରୀ ସାହାର୍ଯ୍ୟରେ ପୁରୁଷୋତ୍ତମଙ୍କ ଛାତିକୁ ଭୁସି ଦେଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତ ସନିଆକୁ ଅଟକ ରଖି ଗଣିଆ ପୋଲିସକୁ ଖବର ଦେଇଥିଲେ । ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛନ୍ତି । ଅପରାହ୍ନରେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ବ୍ଳଡ ସାମ୍ପଲ ଏବଂ ଚପଲ ସଂଗ୍ରହ କରିଥିବା ଜଣାପଡିଛି । ତେବେ ଅଭିଯୁକ୍ତକୁ ଫାଶି ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି ମୃତ ପୁରୁଷୋତ୍ତମର ମା ବିଶିକା ପ୍ରଧାନ ।