ହିନ୍ଦୁଧର୍ମରେ ପ୍ରତ୍ୟେକ ତିଥିର ବିଶେଷତ୍ବ ଅଛି। ପୂର୍ଣ୍ଣିମା ଓ ଅମାବାସ୍ୟା ପ୍ରତ୍ୟେକ ମାସରେ ଥରେ ଆସେ। ପ୍ରତ୍ୟେକ ମାସର କୃଷ୍ଣ ପକ୍ଷର ଅନ୍ତିମ ତିଥିକୁ ଅମାବାସ୍ୟା କୁହାଯାଏ। ଏହିଦିନ ଚନ୍ଦ୍ର ଦୃଶ୍ୟମାନ ହୋଇ ନ ଥାନ୍ତି। ତେଣୁ ଏହି ଦିନ କିଛି କାମ କରିବା ଶାସ୍ତ୍ର ସମ୍ମତ ନୁହେଁ।
- ଏହିଦିନ ଆମିଷ ଓ ମଦ୍ୟପାନ କରିବା ଅନୁଚିତ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖାଦିଏ।
- ଧାର୍ମିକ ମାନ୍ୟତାନୁସାରେ, ଏହିଦିନ କଳି-ଝଗଡ଼ାରୁ ଦୂରେଇ ରହିବା ଆବଶ୍ୟକ।
- ସେହିପରି ଏହିଦିନ ଝାଡ଼ୁ କିଣିବା ମନା। ଏଭଳି କଲେ ଲକ୍ଷ୍ମୀ ମା’ କ୍ରୋଧ ପ୍ରକଟ କରନ୍ତି।
- ଏହିଦନିରେ ମୁଣ୍ଡନ ଓ ଗୃହପ୍ରବେଶ ଭଳି ଶୁଭ କାମ କରିବାକୁ ବାରଣ କରାଯାଇଛି।
- ସେହିପରି ପିଆଜ, ରସୁଣ ଖାଇବା ମଧ୍ୟ ମନା। କେବଳ ଏତିକି ନୁହେଁ, ଏହିଦିନ କେଶ ତଥା ଦାଢ଼ି କାଟିବା ମଧ୍ୟ ମନା। ଏହି କାମ କରିବା ଦ୍ୱାରା ପିତୃପୁରୁଷ କ୍ରୋଧିତ ହୁଅନ୍ତି।
- ଏହାବାଦ୍ କେଶ ସଫା କରିବା ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
More Stories
କରଜରୁ ମୁକ୍ତି: ମଙ୍ଗଳବାରରେ ହନୁମାନଙ୍କୁ ସ୍ମରଣ କରନ୍ତୁ
ଶ୍ରାବଣ ମାସର ଚତୁର୍ଥ ସୋମବାର: ଶୈବ ପୀଠରେ କାଉଡିଆଙ୍କ ସମାଗମ
ଚାଣକ୍ୟ ନୀତି: ୫ କଥାରେ ଦୂର ହେବ ବଡ଼ ସମସ୍ୟା