March 17, 2026

Utkal Sambad

ରିଲାଏନ୍ସ ରିଟେଲ ପକ୍ଷରୁ ହୋମ ଥିଏଟର ଟିଭିର ନୂତନ ସମ୍ଭାର ଉନ୍ମୋଚିତ

ବିପିଏଲ୍ ହୋମ୍ ଥିଏଟର ଟିଭି ସମ୍ଭାର ହରମନ (HARMAN) ସହଯୋଗରେ ନିର୍ମିତ

କ୍ୟୁଏଲଇଡ଼ି (QLED) ଏବଂ ୪କେ ଅଲ୍ଟ୍ରା ଏଚଡ଼ି (4K Ultra HD) ରେ ଉପଲବ୍ଧ

ମୁମ୍ବାଇ / ଭୁବନେଶ୍ୱର: ଭାରତର ସର୍ବବୃହତ ଖୁଚୁରା ରିଟେଲର ରିଲାଏନ୍ସ ରିଟେଲ ଲିମିଟେଡ ସ୍ୱଦେଶୀ ରୂପରେ ବିକଶିତ ଛଅଟି ହୋମ ଥିଏଟର ଏଲଇଡି ଟିଭି ସମ୍ଭାରର ଶୁଭାରମ୍ଭ କରିଛି। ଏଗୁଡିକ ଅଡିଓ ଉପକରଣ ତିଆରି କରିବାରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀ ହରମନ (HARMAN) ସହିତ ସହଭାଗିତାରେ ନିର୍ମିତ ହୋଇଛି। ବିପିଏଲ୍ ବ୍ରାଣ୍ଡ ଅଧୀନରେ ଶୁଭାରମ୍ଭ ହୋଇଥିବା ଏହି ଟିଭିଗୁଡିକ କିଛି ଏପରି ଭାବରେ ଡିଜାଇନ୍ ହୋଇଛି ଯେ ଗ୍ରାହକମାନେ ଉତ୍କୃଷ୍ଟ ଧ୍ୱନି ଏବଂ ଅସାଧାରଣ ପିକଚର କ୍ଵାଲିଟି ସହିତ ସିନେମା ଦେଖିବା ପରି ଅଭିଜ୍ଞତା ପାଇପାରିବେ।

କମ୍ପାନୀ ଅନୁଯାୟୀ, ବଜାରରେ ଉଚ୍ଚ-ଗୁଣାତ୍ମକ ଏବଂ ହାଇ ଡେଫିନେସନ ଡିଜିଟାଲ୍ ବିଷୟବସ୍ତୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏହା ସହ ତାଳ ଦେଇ ଗ୍ରାହକମାନେ ଏଭଳି ଟିଭି ଖୋଜୁଛନ୍ତି ଯାହା ଉତ୍କୃଷ୍ଟ ଅଡିଓ ଆଉଟପୁଟ୍ ଏବଂ ଇମର୍ସିଭ୍ ପିକ୍ଚର କ୍ୱାଲିଟିର ମନୋରଞ୍ଜନ ପ୍ରଦାନ କରିପାରିବ। ଏଥିପାଇଁ ରିଲାଏନ୍ସ ରିଟେଲର ଅଡିଓ-ଇଏଫଏକ୍ସ ଟ୍ୟୁନିଂ ସଫ୍ଟୱେୟାର ଏବଂ ହରମନର ସହଯୋଗରେ ବିପିଏଲ ହୋମ ଥିଏଟର ଟିଭି ସମ୍ଭାର ଆରମ୍ଭ କରାଯାଇଛି।

ରିଲାଏନ୍ସ ରିଟେଲ ନିର୍ଭରଯୋଗ୍ୟ ଏବଂ ସୁଲଭ ଏଲଇଡି ଟିଭି ବର୍ଗରେରେ ନିଜର ସ୍ଥିତି ସୁଦୃଢ କରୁଛି। ଉନ୍ମୋଚିତ ସମ୍ଭାରର ୬ ଟି ହୋମ ଥିଏଟର ସମ୍ପୂର୍ଣ୍ଣ ରୂପେ ‘ମେଡ୍-ଇନ୍-ଇଣ୍ଡିଆ’ ବା ଭାରତରେ ନିର୍ମିତ ଅଟେ। ବିପିଏଲ୍ ହୋମ୍ ଥିଏଟର ଏଲଇଡି ଟିଭି ଏବେ ସାରା ଦେଶରେ ଇଲେକ୍ଟ୍ରୋନିକ୍ ଷ୍ଟୋର, ରିଟେଲ ଆଉଟଲେଟ୍ ଏବଂ ଜିଓ ମାର୍ଟ ଓ ରିଲାଏନ୍ସ ଡିଜିଟାଲ ୱେବସାଇଟ ତଥା ଇ-କମର୍ସ ମାର୍କେଟପ୍ଲେସ୍ ରେ ଉପଲବ୍ଧ ।