June 26, 2025

Utkal Sambad

ରାଜ୍ୟ ଯୋଗାଣ ନିଗମ କର୍ମଚାରୀ ମାନଙ୍କ ସାଧାରଣ ସମ୍ମିଳନୀ

ଭୁବନେଶ୍ୱର,ସୁବର୍ଣ୍ଣମୟୀ ଓଡିଶା ରାଜ୍ୟ ଯୋଗାଣ ନିଗମ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱର ସ୍ଥିତ ୟୁନିଟ -୧ ର କସ୍ତୁରୀବା ନାରିମହଲ ଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି l ଯେଉଁଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ କାରିଗରୀ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୋଗାଣ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କର ସମସ୍ୟା ଗୁଡିକ ବାବଦରେ ଅବଗତି ହୋଇଥିଲେ l କର୍ମଚାରୀ ମାନଙ୍କ ଦ୍ୱାରା ପ୍ରଦତ୍ତ ସମସ୍ୟା ଗୁଡିକୁ ସହୃଦୟତର ବିଚାର କରାଯାଇ ଅଗାମି ଦିନରେ କିଭଳି ଏହାର ସମାଧାନ କରାଯାଇ ପାରିବ ସେଥିପାଇଁ ଯଥାଶୀଘ୍ର ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରି ମାନଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଏହାର ନିଷ୍କର୍ଷ ବାହାର କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଦୀର୍ଘଦିନ ଧରି ନିଜର ବଳ ଓ ବୟସ ରାଜ୍ୟ ସରକାରଙ୍କ ପାଇଁ ଉତ୍ସର୍ଗୀକୃତ କରିବା ପରେ ମଧ୍ୟ, ନିରପେକ୍ଷ ଆଚରଣ ଏବଂ ସାଧାରଣ ସୁବିଧା ଠାରୁ ବଞ୍ଚିତ ଥିବା ଯୋଗାଣ ବିଭାଗର କର୍ମଚାରୀ ମାନଙ୍କ ସମସ୍ୟା ପ୍ରତି ବିଶେଷ ଭାବରେ ଯତ୍ନଶୀଳ ହେବା ପାଇଁ ଵିଭାଗ ପ୍ରତିଶୃତି ବଦ୍ଧ ବୋଲି ନିଜ ମନ୍ତବ୍ୟରେ କହିଥିଲେ l ଏହି ପ୍ରରିପ୍ରେକ୍ଷୀ ରେ ରାଜ୍ୟ ସଂଗଠନ (OSCSCEWA) ଉପରସ୍ଥ ନିଗମ ଅଧିକାରୀ ତଥା ବିଭାଗୀୟ ଅଧିକାରୀ ଗଣ ବିଭାଗୀୟ ମନ୍ତ୍ରୀ ଙ୍କ ପାଖରେ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ସେମାନଙ୍କର ଦାବି ପତ୍ର ମାନ୍ୟବର ମନ୍ତ୍ରୀ ମହୋଦ୍ୱୟଙ୍କୁ ପ୍ରଦାନ କରିଥିଲେ l

୧. ଦୀର୍ଘ ୧୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅନବରତ କାର୍ଯ୍ୟରତ ରହି, ସଂଗ୍ରହଣ ନିରୀକ୍ଷକ ଅନ୍ୟ ନାମ ପି.ଆଇ. ମାନେ ରାଜ୍ୟ ଯୋଗାଣ ନିଗମ ତଥା ଖାଦ୍ୟ ସୁରକ୍ଷା ଆଇନ ପ୍ରତି ସମସ୍ତ ଦାୟିତ୍ବ ପ୍ରତିପାଦନ କରିଛନ୍ତି | ସେମାନଙ୍କ ସମକକ୍ଷ ଅନ୍ୟ ସମସ୍ତ ସମସାମୟିକ ଅଧିକାରୀବୃନ୍ଦ ପଦୋନ୍ନତି ପାଉଥୁବା ବେଳେ, ପି.ଆଇ.ମାନେ ଆଜି ଯାଏ ମଧ୍ଯ ସେହି କ୍ରମ ଓ ସ୍ତରରେ ନିୟୋଜିତ ଅଛନ୍ତି | ଏଥ୍ ନିମନ୍ତେ ଆପଣଙ୍କ ନିକଟରେ ବିନମ୍ର ଅନୁରୋଧ, ପି.ଆଇ. ମାନଙ୍କ ସପକ୍ଷରେ ଯୋଗାଣ ନିରୀକ୍ଷକଙ୍କ ପ୍ରତିରୂପ ସଂବର୍ଗ ବା କ୍ୟାଡର ପ୍ରସ୍ତୁତ କରି ପି.ଆଇ. ମାନଙ୍କ ଅନୁନୟ ଉତ୍ସର୍ଗକୁ ସଠିକ ସ୍ଥାପନା ଦିଆଯାଉ |

୨. ବୃଦ୍ଧି ଅଗ୍ରଗତି ରୂପାନ୍ତରୀଣ ଆସ୍ୱସ୍ଥି ବ୍ୟବସ୍ଥା ବା Modified Assured Career Progression (MACP) ଅନ୍ତର୍ଗତ କର୍ମଚାରୀ ମାନଙ୍କୁ ୧୦ ବର୍ଷ ନିରବଛିନ୍ନ କାର୍ଯ୍ୟ ପୂର୍ତି ପରେ ଅଗ୍ରଗତିର ସମସ୍ତ ସୁବିଧା ଏମ.ଏ.ସି.ପି. ଦ୍ବାରା ଉପଲବ୍ଧ କରାଇବାପାଇଁ ରାଜ୍ୟ ଯୋଗାଣ ନିଗମ ଠାରେ ଅନୁମୋଦନ ଥୁବା ସତ୍ତ୍ୱେ, ୧୩ ବର୍ଷ ପରେ ମଧ୍ଯ ପି.ଆଇ. ମାନଙ୍କୁ ତାଙ୍କର ଏହି ସାଧାରଣ ସୁବିଧା ଠାରୁ ବଂଚିତ ରଖା ଯାଇଛି । ଏହା ସରକାରୀ ବ୍ୟବସ୍ଥାର ଅବଜ୍ଞା ସହିତ କର୍ମଚାରୀ ମାନଙ୍କ ପ୍ରତି ଅମାନବୀୟ ବ୍ୟବହାର । ସୁତରାଂ ଅନ୍ତତଃ ପକ୍ଷେ ଏମ.ଏ.ସି.ପି. ର ସମସ୍ତ ସୁବିଧା ଅବିଳମ୍ବେ ଯୋଗ୍ୟ କର୍ମଚାରୀ ମାନଙ୍କୁ ପ୍ରଦାନ କରାଯାଉ |
୩. ପାରିପାର୍ଶ୍ଵକ ମୁଦ୍ରାସ୍ପିତି ସହ ସରକାରୀ କର୍ମଚାରୀ ମାନଙ୍କ ବ୍ୟୟ ସନ୍ତୁଳନ କରିବା ପାଇଁ କେନ୍ଦ୍ର ବେତନ ଆୟୋଗ, ଆନ୍ତଃରାୟିକ ବ୍ୟବଧାନରେ ସରକାରୀ କର୍ମଚାରୀ ମାନଙ୍କ ପାଇଁ ମହଙ୍ଗା ଭତ୍ତା ପ୍ରଦାନ କରିଥାଏ । କିନ୍ତୁ ଏହା ଏକ ବିଡ଼ମ୍ବନାର ବିଷୟ ଯେ, ମହଙ୍ଗା ଭତ୍ତା ଘୋଷଣାର ଅତିଶୟ ସମୟ ପରେ, ରାଜ୍ୟ ଯୋଗାଣ ନିଗମର କର୍ମଚାରୀ ମାନଙ୍କ ପାଇଁ ଏହା ଲାଗୁ ହୋଇ ଥାଏ | ମହଙ୍ଗା ଭତ୍ତା ଏକ ମୂଳ ଆବଶ୍ୟକତା ଯାହା ଦୈନନ୍ଦିନ ଚଳଣି ପାଇଁ ଆଧାର ଯୋଗାଇ ଥାଏ | ଯଦି ତାହା ସଠିକ ସମୟରେ ନ ମିଳେ, ତା’ର ଉପଯୋଗୀତା ସମ୍ପୂର୍ଣ ମିଳିପାରେ ନାହିଁ | ସରକାରଙ୍କ ଅନୁକମ୍ପା ଯୋଗେ, ମହଙ୍ଗା ଭତ୍ତା ଘୋଷଣା ହେବ କ୍ଷଣି, ରାଜ୍ୟ ଯୋଗାଣ ନିଗମରେ ଏହା କାର୍ଯ୍ୟକାରୀ କରାଯାଉ |

୪. ଏହି ସଂଗଠନ ତରଫରୁ ବହୁବାର ଉପରସ୍ଥ ସମସ୍ତ ସ୍ଥରରେ ନିବେଦନ କରାଯାଇଛି ଯେ, ରାଜ୍ୟ ଯୋଗାଣ ନିଗମର କର୍ମଚାରୀ ମାନଙ୍କ ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ଏକ ସମଗ୍ର ନିଧି ପାଣ୍ଠି ବା Corpus Fund ର ବ୍ୟବସ୍ଥା କରାଯାଉ | ଉପଯୋଗୀ ପ୍ରଣାଳୀ ଓ ଭାରତୀୟ ଜୀବନ ବୀମା ନିଗମର ଅଧିକାରୀ ମାନଙ୍କୁ ନେଇ ଏକ ବୈଠକର ଆୟୋଜନ ମଧ୍ୟ କରିଯାଇଅଛି | ସମସ୍ତ ପ୍ରାବଧାନ, ପ୍ରଣାଳୀ ଓ ଉପାଦେୟତା ପ୍ରସ୍ତୁତ କରାଯିବା ପରେ ମଧ୍ୟ, ଏହି ବିଷୟରେ ରାଜ୍ୟ ଯୋଗାଣ ନିଗମ କୌଣସି ଧ୍ୟାନ ଦେଉନାହିଁ | କର୍ମଚାରୀ ମାନଙ୍କ ଭବିଷ୍ୟତକୁ ଆଖୀ ଆଗରେ ରଖି , ଏହି ପଦକ୍ଷେପ ଗ୍ରହଣ କରାଗଲେ, ବହୁ କର୍ମଚାରୀ ଉପକୃତ ହେବେ ।

୫. ରାଜ୍ୟ ଯୋଗାଣ ନିଗମର କର୍ମଚାରୀ ମାନଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଯୋଗାଣ ବିଭାଗ ତଥା ଗୃହ ବିଭାଗର ସରକାରୀ ନୀତି ସହ ସମଦର୍ଶୀ ହେବେ ଉଚିତ | ବର୍ତମାନର ସ୍ଥାନାନ୍ତରଣ ପ୍ରକ୍ରିୟା ଏକ ପ୍ରକାର ପକ୍ଷପାତୀତାର ସଦୃଶ ଅଟେ |

୬. ରାଜ୍ୟ ଯୋଗାଣ ନିଗମ ର କର୍ମଚାରୀ କଲ୍ୟାଣ ସଂଗଠନର କାର୍ଯ୍ୟାଳୟ ବର୍ତ୍ତମାନ ଏକ ଅସ୍ଥାୟୀ ସ୍ଥାନରେ କାର୍ଯ୍ୟରତ | ରାଜ୍ୟ ଯୋଗାଣ ନିଗମର ପ୍ରସ୍ତାବିତ ନୂତନ ଅଟ୍ଟାଳିକାରେ ସଂଗଠନ ପାଇଁ ଏକ କାର୍ଯ୍ୟାଳୟ ଗୃହ ପ୍ରଦାନ କରାଗଲେ, ଏହା ସମସ୍ତଙ୍କ ନିମନ୍ତେ ଏକ ଦୃଷ୍ଟାନ୍ତ ହେବ ।

୭. ପ୍ରାୟତଃ ସଂଗଠନର ସଦସ୍ୟଗଣ ବିଭିନ୍ନ ଜିଲ୍ଲାରେ ଥିବା ଚାଉଳ ସଂଗ୍ରହ କେନ୍ଦ୍ର ବା ଆର.ଆର.ସି.ରେ ନିୟୋଜିତ ଅଛନ୍ତି | ସମସ୍ତ ଆର.ଆର.ସି., ପଣ୍ୟାଗାର ଗୋଦାମ ବା ପି.ଇ.ଜି. ଡିପୋ ମାନଙ୍କରେ ସାଧାରଣ ସୁବିଧା ଯଥା, ଅଲଗା କାର୍ଯ୍ୟାଳୟ, ସଠିକ ବିଦ୍ୟୁତ ଓ ଇଣ୍ଟରନେଟ ସଂଯୋଗ, ପାନୀୟ ଜଳ, ଶୌଚାଳୟ ଆଦିର ବ୍ୟବସ୍ଥା ପ୍ରଧାନ୍ୟ ରୂପେ କରିଯିବା ଆବଶ୍ୟକ ।

୮. ଆର.ଆର.ସି., ପଣ୍ୟାଗାର ଗୋଦାମ ଓ ପି.ଇ.ଜି. ଡିପୋ ମାନଙ୍କରେ ରାଜ୍ୟର ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା, ଚାଉଳ, ମାଣ୍ଡିଆ, ଗହମ ଇତ୍ୟାଦି ସଂଗ୍ରହ କରାଯାଉଛି | ବର୍ଷ ମଧ୍ୟରେ ବିଭିନ୍ନ ସ୍ଥରର ଗୁଣ ନିୟନ୍ତ୍ରଣ ପରିଦର୍ଶନ ଓ ନିରୀକ୍ଷଣ ମଧ୍ୟ ହେଉଅଛି | ସେଠି ନିମନ୍ତେ ସମସ୍ତ ଶସ୍ୟାଗାର ଠାରେ ଏକ ଗୁଣମାନ ନିର୍ଧାରଣ ପ୍ରୟୋଗଶାଳା ସହିତ ସମସ୍ତ ରସାୟନ ଓ ଉପକରଣ ଯୋଗାଇଦେବା ଅତ୍ୟନ୍ତ ଜରୁରୀ ଅଟେ |

୯. ଦୂରାନ୍ତ ତଥା ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଥିବା ରାଜ୍ୟ ଯୋଗାଣ ନିଗମ କର୍ମଚାରୀ ମାନଙ୍କ ପାଇଁ, ଯଥା ସମ୍ଭବ ବିଭାଗୀୟ କିମ୍ବା ବ୍ଲକ ଅଫିସ ସହାୟତାରେ କ୍ଲାର୍ଟର ଗୃହର ବ୍ୟବସ୍ଥା କରାଇବା ଏକ ଉତ୍ତମ ପ୍ରୟୋଜନ ଅଟେ
ଏଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନେଲେ, ଯୋଗାଣ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରି ସରକାରଙ୍କ ପାଖରେ ଚିର ଋଣୀ ହୋଇ ରହିବା ସହିତ ସରକାରଙ୍କ ଯୋଜନା ଗୁଡିକୁ ସଠିକ ଭାବରେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚେଇ ପାରିବୁ l