June 27, 2025

Utkal Sambad

ମୋଦି ଦେଲେ ଯୋଗୀଙ୍କୁ ବଡ଼ ଟାସ୍କ

ନୂଆଦିଲ୍ଲୀ: ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ପ୍ରଥମ ଦିନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପିର ଉଭୟ ଉପମୁଖ୍ୟମନ୍ତ୍ରୀ ଏବଂ ଭାଜପା ଶାସିତ ରାଜ୍ୟର ବହୁ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ରାଜ୍ୟରେ ଉତ୍ତମ ଶାସନ ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଯୋଗୀଙ୍କୁ ଏକ ବଡ଼ ଟାସ୍କ ଦେଇଛନ୍ତି। ଜଳ ଜୀବନ ମିଶନ ଅଧୀନରେ ଥିବା ‘ପ୍ରତ୍ୟେକ ଘରକୁ ପାଣି ଟାପ୍‌’ ଯୋଜନା ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ଏହାସହ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଚାଲିଥିବା ଯୋଜନା ଶୀଘ୍ର ଶେଷ ହେବା ଉଚିତ। ଏହି ବୈଠକରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସଂଗଠନ ସହ ଉତ୍ତମ ସମନ୍ବୟ ରକ୍ଷା କରିବାକୁ କୁହାଯାଇଥିଲା ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ମାନର ସହ ବ୍ୟବହାର କରାଯିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।