ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ମା କଳାପାଟ ପୀଠରେ ସିଦ୍ଧ ପୁରୁଷ ବାବା ରାମଦାସ ଙ୍କ 74ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରିବା ପାଇ ନୟାଗଡ ଜ଼ିଲ୍ଲାପାଳ ଙ୍କ ଅଫିସ ରେ ସୋମବାର ଦିନ ଅପରାହ୍ନ ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ବୋଲି ଜଣାପଡିଛି, ଖବର ନେବାରେ କଣାଗଲାଯେ ମା କଳାପାଟ ଙ୍କ ପୀଠରେ ଡିସେମ୍ବର ମାସ 4ତାରିଖ ଠାରୁ 7ତାରିଖ ପର୍ଯ୍ୟନ୍ତ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ଜଣାପଡିଛି,ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ଙ୍କ ଅଧକ୍ଷତା ରେ ଏକ ବୈଠକ ଅନୁଷ୍ଠିତ, ଉକ୍ତ ବୈଠକ ରେ ଗଣିଆ ତହସିଲଦାର ସୁଶ୍ରୀ ପ୍ରୀତିବାଳା ରଣା, ଦଶପଲ୍ଲା ତହସିଲଦାର, ଗଣିଆ ବିଡ଼ିଓ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସ୍ଥାନୀୟ ଜନପ୍ରତିନିଧି, ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ଥିଲେ, ଏହି ଯଜ୍ଞ କିପରି ଶାନ୍ତି ଶୃଙ୍ଖଳା ରେ ହୋଇ ପାରିବ ତାରି ଉପରେ ଆଲୋଚନା କରିଥିଲେ |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ