ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ସଭା ଗୃହରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଳନ କରିବା ପାଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି, ଏହି ବୈଠକ ରେ ଗଣିଆ ବ୍ଲକ ଅଧକ୍ଷା ଝୁନା ଜେନା, ବିଡ଼ିଓ ଡା, ବେବିତା ମଞ୍ଜରୀ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀ ମଧୁସୂଦନ ଦାସ, ଙ୍କ ସମେତ ବ୍ଲକ ର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ, ଆସନ୍ତା 21ତାରିଖ ରେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନକ୍ଷମ ସାମର୍ଥ୍ୟ ଶିବିର ହେବ ବୋଲି ପ୍ରସ୍ତାବ କରାଗଲା, ଏହି ଶିବିର କୁ ସୁଚାର ରୂପେ ପରିଚାଳନା କରିବାକୁ ସମସ୍ତେ ଚେଷ୍ଟା କରିବାକୁ ସାମାଜିକ ସୁରକ୍ଷା ଅଧିକାରୀ ନିବେଦନ କରିଥିଲେ, ଯେଉ ବ୍ୟକ୍ତି ମାନେ ହାତ ଲେଖା ସାଟିଫିକେଟ ପାଇ ଛନ୍ତି, ସେମାନେ ମେଳା ରେ ଆବେଦନ କରି ପାରିବେ ବୋଲି ଜଣାପଡିଛି, ଆସନ୍ତା 20ତାରିଖ ପୂର୍ବରୁ ଆବେଦନ କରି ଦାଖଲ କରିବାକୁ ସଭାରେ ସୂଚନା ପ୍ରଦାନ କରିଥିଲେ |
More Stories
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ