ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ପୂର୍ବତନ ଯନ୍ତ୍ରୀଙ୍କ ଘରୁ ଯେତେ ଖୋଳା ହେଉଛି ସେତେ ସମ୍ପତ୍ତି ବାହାରୁଛି । ରୋଡ୍ ଆଣ୍ଡ୍ ବିଲିଡିଂ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରୁ ଭିଜିଲାନ୍ସ ଦାମି କାର ସହ ଭଳିକି ଭଳି ଦାମି ଘଣ୍ଟା, ବିଦେଶୀ ମୁଦ୍ରା ଜବତ କରିଛି । ଏହା ସହ ପ୍ରଚୁର ପରିମାଣର ସୁନା ରୁପା ଗହଣା ଠାବ କରାଯାଇଛି । ଏହି ସିଭିଲ ଇଞ୍ଜିନିୟରଙ୍କର ୧୦ଟି ଫ୍ଲାଟ ରହିଥିବା ବେଳେ ୭ ଟିପ୍ଲଟ୍ ରହିଛି । କଟକ, ଭୁବନେଶ୍ୱର ଓ ଜଟଣୀରେ ୭ଟି ପ୍ଲଟ ରହିଛି । ସେହିପରି ୨ କୋଟି ୭୦ ଲକ୍ଷର ଜମାରାଶି ରହିଛି । ଏହା ସହିତ ଚଢ଼ାଉ ବେଳେ ନଗଦ ୬ ଲକ୍ଷ ଟଙ୍କା, ଦେଢ଼ କିଲୋଗ୍ରାମ ସୁନା, ଗୋଟିଏ ଦାମି ମର୍ସିଡିଜ୍ ଓ ଗୋଟିଏ କିଆ କାର୍ ଏବଂ ୧୩ ଲକ୍ଷ ଟଙ୍କାର ଦାମି ରୋଲେକ୍ସ ହାତ ଘଣ୍ଟା ଠାବ କରିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ସୋମବାର ତାରା ପ୍ରସାଦଙ୍କ ଘରେ କରାଯାଇଥିବା ଚଢ଼ାଉରେ ଭିଜିଲାନ୍ସ ଅନେକ କିଛି ଜବତ କରିଛି । ସେହିପରି ଆମେରିକା, ୟୁଏଇ ଓ ମ୍ୟାଲେସିଆର ବିଦେଶୀ ମୁଦ୍ରା ଏବଂ ରୁପା ଥାଳି ଜବତ ହୋଇଛି । ସେ ନିଜର ଝିଅର ମେଡ଼ିକାଲ ପଢ଼ା ବାବଦକପ ୭୦ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ତେବେ ଜବତ ସମସ୍ତ ସମ୍ପତ୍ତିର ଆକଳନ କରାଯାଇ ନାହିଁ ।
More Stories
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ