October 11, 2025

Utkal Sambad

ଭାରତୀୟ ମଜଦୂର ସଂଘର ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସମ୍‌ମୁଖରେ ଗଣଧାରଣ

ଭୁବନେଶ୍ବର:  ଶ୍ରମିକ ମାନଙ୍କ ବିଭିନ୍ନ ଦାବି ଗୁଡିକ ର ଶୁଣାଣି ରେ ବିଳମ୍ବ ତ‌ଥା ବିଭାଗୀୟ ଅବହେଳା ହେତୁ ଭାରତୀୟ ମଜଦୁର ସଂଘ, ଓଡିଶା ପକ୍ଷରୁ ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ତ‌ଥା ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରୁଥିବା ହେଲପର ମାନଙ୍କୁ ଅର୍ବ କୁଶଳୀ, ବିଲ୍ କଲେକ୍ଟର ଏବଂ ସିସିଏ କର୍ମଚାରୀ ମାନଙ୍କୁ କୁଶଳୀ ଶ୍ରେଣୀର ମଜୁରୀ, ନିର୍ମାଣ କ୍ଷେତ୍ରରେ ଅନୁପ୍ରବେଶକାରୀ ବାଙ୍ଗାଲାଦେଶୀ ଶ୍ରମିକ ପରିବର୍ତ୍ତେ ସ୍ଥାନୀୟ ଶ୍ରମିକ କୁ ରୋଜଗାର ସୁଯୋଗ, ଆପୋଲୋ ହସ୍ପିଟାଲ ଏବଂ ବାଲେଶ୍ବର ସରକାରୀ ମେଡିକାଲ କଲେଜ ରେ ବେଆଇନ ଛଟେଇ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି, ସର୍ବନିମ୍ନ ମଜୁରୀ ସ୍ଥାନ ରେ ଜୀବିକା ମଜୁରୀ ନିର୍ଦ୍ଧାରଣ, ସଂଘ ପଞ୍ଜିକରଣ ରେ ହେଉଥିବା ବିଳମ୍ବ, ଦୂର କରିବା, ଭାରତୀୟ ମେଡିକାଲ ଏଣ୍ଡ ସେଲ୍‌ଲ୍ସ୍ ରିପ୍ରେଜେଣ୍ଟେଟିଭସ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଅମରେଶ ମହାପାତ୍ର ଙ୍କ ବେଆଇନ ବଦଳି ରଦ୍ଧ କରିବା, ଖାଲି ପଡ଼ିଥ‌ିବା ବୋର୍ଡ ଗୁଡିକ ର ପୁନର୍ଗଠନ, ଠିକା ଶ୍ରମିକ ତ‌ଥା ବିଶେଷ କରି ଭୁବନେଶ୍ୱର ମହାନଗର ନିଗମ ରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାନଙ୍କ ଇପିଏଫ୍ ଏବଂ ଇଏସଆଇ ଠିକ୍ ସମୟରେ ପୈଠ କରିବା ଆଦି ଦାବି ନେଇ ଆୟୋଜିତ ଏହି ଧାରଣା ରେ ୪୦୦୦ ରୁ ଉର୍ଦ୍ଧ୍ଵ ଶ୍ରମିକ ମାନେ ଯୋଗ ଦେଇଥିଲେ । ଭାରତୀୟ ମଜଦୁର ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ପଣ୍ଡା ଶ୍ରମ ବିଭାଗ ତଥା ଶ୍ରମ କାର୍ଯ୍ୟାଳୟ ଶ୍ରମିକ ମାନଙ୍କ ଶୋଷଣ ସମୟରେ ତତ୍ପର ହୋଇ କାର୍ଯ୍ୟ କରିବା ର ଆବଶ୍ୟକ‌ତା ରହିଛି ବୋଲି କହିଥିଲେ । ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ତ‌ଥା ନିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡା ବିଦ୍ୟୁତ ବିଭାଗ ତଥା ବିଶେଷ କରି ଟାଟା ପାୱାର ର ଶ୍ରମିକ ଶୋଷଣ ଚରମ ସୀମାରେ ପହଞ୍ଚିଛି ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସୁରକ୍ଷା ପରିବର୍ଭେ ନିରବ ଦ୍ରଷ୍ଟା ସାଜିଛି ବୋଲି କହିବା ସହ, ବିପଦପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଥୁବା ରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ ବକ୍ତବ୍ୟ ରଖୁଥୁଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘ ର ବରିଷ୍ଠ ନେତା ଏସ ଶ୍ରୀନିବାସ ରାଓ, ରାଜ୍ୟ ସମ୍ପାଦକ ରଂଜନ ଦାଶ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅକ୍ଷୟ ରାଉତରାୟ, ରାଜ୍ୟ କୋଷାଧ୍ୟକ୍ଷ ସଞ୍ଜୟ ଦେହୁରୀ, ନିଶୂଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ର ପବିତ୍ର ନାୟକ, ଚିହ୍ନୟ ପଣ୍ଡା, ବସନ୍ତ ପଲେଇ, କପିଳେଶ୍ବର ମହାପାତ୍ର, ସତ୍ୟବ୍ରତ ସ୍ୱାଇଁ ଭାରତୀୟ ମଜଦୂର ସଙ୍ଘ ର ସହ ସାଧାରଣ ସମ୍ପାଦକ ଶ୍ରୀ ସଚ୍ଚିଦାନନ୍ଦ ଗଡ଼ନାୟକ, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ପାର୍ଥ ସାରଥୀ ମହାନ୍ତି ପ୍ରମୁଖ ଙ୍କ ନେତୃତ୍ବରେ ଆନ୍ଦୋଳନ ପରିଚାଳନା ହୋଇଥୁଲା I