March 11, 2026

Utkal Sambad

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ଆଜି

ପାଲିକେଲ : ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ପ୍ରଥମେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଖେଳିବ। ଗମ୍ଭୀର ହେଉଛନ୍ତି ଦୁଇଥର ବିଶ୍ୱକପ୍‌ ବିଜେତା। ବର୍ତ୍ତମାନ ସେ ଭାରତର ନୂଆ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସୂର୍ଯ୍ୟକୁମାର ବର୍ତ୍ତମାନ ଟି୨୦ ଫର୍ମାଟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାରେ ପରିଗଣିତ ହେଉଛନ୍ତି। ଗମ୍ଭୀର ଦୁଇଥର ଅଧିନାୟକ ଏବଂ ଥରେ ମେଣ୍ଟର ଭାବେ କୋଲକାତା ନାଇଟ ରାଇଡର୍ସ ସହ ୩ଥର ଆଇପିଏଲ୍‌ ଟାଇଟଲ ଜିତିପାରିଛନ୍ତି।