June 27, 2025

Utkal Sambad

ଭାଜପାର ଟେନସନ ବଢାଇଲେ ଏକନାଥ ଶିନ୍ଦେ

ମୁମ୍ବାଇ: କିଛି ମାସ ମଧ୍ୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ନିଜସ୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯଦିଓ ଆସନ ବାଣ୍ଟିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିଲେ ମଧ୍ୟ ଶିନ୍ଦେଙ୍କ ଏହି ପଦକ୍ଷେପ ଭାଜପା ପାଇଁ ଟେନସନ ସୃଷ୍ଟି କରିପାରେ। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ମଧ୍ୟ ପ୍ରସ୍ତୁତ ଆରମ୍ଭ କରିଛି। ଦଳ ୧୦୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ମନୋବଳ ରଖିଛି। ମହାରାଷ୍ଟ୍ରରେ ଏନଡିଏ ଏବଂ ଏମବିଏରେ ଦୁଇଟି ଗଠବନ୍ଧନ ଅଛି ଏବଂ ଉଭୟ ଗଠବନ୍ଧନରେ ସିଟ ଶେୟାରିଂକୁ ନେଇ ବିବାଦ ଲାଗି ରହିଛି। ଏନଡିଏ ମିଳିତ ମଞ୍ଚରେ ଭାଜପା, ଶିବସେନା (ଏକନାଥ ଶନ୍ଦେ) ଏବଂ ଏନସିପି (ଅଜିତ ପାୱାର) ଅଛନ୍ତି। ଏକନାଥ ଶିନ୍ଦେଙ୍କ ଶିବସେନା ୧୦୦ଟି ସିଟ ପାଇଁ ପ୍ରସ୍ତୁତ ହେଉଛି।