ଦଶପଲ୍ଲା -(ମନୋରଞ୍ଜନ ମଳିକ )-ICDS ଓ C3 ସଂସ୍ଥା ର ମିଳିତ ସହଯୋଗରେ ଦଶପଲ୍ଲା ବ୍ଲକ୍ ସ୍ଥିତ ମିଶନ ଶକ୍ତି ବୈଠକ ଗୃହ ଠାରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ତଥା ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ ଏବଂ ଏ.ବି.ଡ଼ି.ଓ. ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ DCPU ୟୁନିଟ ର ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶ୍ରିଯୁକ୍ତ ସତ୍ୟ ରଞ୍ଜନ ଦାସ,ସି.ଡ଼ି.ପି.ଓ. ଶ୍ରୀମତୀ ସଂଯୁକ୍ତା ସାମଲ, ଏ.ବି.ଇ.ଓ. ରାଜେନ୍ଦ୍ର ପ୍ରସାଦ ଖଟେଇ,C3 ସଂସ୍ଥା ର ଜିଲ୍ଲା ଅଧିକାରୀ ସୁକେଶ ମିର୍ଦ୍ଧା ଯୋଗ ଦେଇଥିଲେ। ଦଶପଲ୍ଲା ବ୍ଲକ ର ସମସ୍ତ ପଞ୍ଚାୟତ ର ସରପଞ୍ଚ ଏବଂ ଦଶପଲ୍ଲା ବ୍ଲକ ର ୨ଟି ସ୍କୁଲ ର ପ୍ରଧାନ ଶିକ୍ଷକ ମହୋଦୟ ସମେତ C3 ର ଗଣିଆ ବ୍ଲକ୍ ଦାୟିତ୍ଵ ରେ ଥିବା ସ୍ଵତିରେଖା ଦାସ ଯୋଗ ଦେଇଥିଲେ। C3 ଦଶପଲ୍ଲା ବ୍ଲକ୍ ଦାୟିତ୍ୱରେ ଥିବା ଶୁଭାଶିଷ ମିଶ୍ର ମଞ୍ଚାସିନ ଅତିଥି ଙ୍କ ପରିଚୟ ରଖିଥିଲେ। ସି.ଡ଼ି.ପି.ଓ. ଶ୍ରୀମତୀ ସଂଯୁକ୍ତା ସାମଲ କମିଟି ର ସମସ୍ତ ସଦସ୍ୟା ଙ୍କୁ ସ୍ଵାଗତ ଦେବା ସହିତ ସମସ୍ତ ଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ C3 ସଂସ୍ଥା ର ଜିଲ୍ଲା ଅଧିକାରୀ ସୁକେଶ ମିର୍ଦ୍ଧା ମହୋଦୟ C3 ସଂସ୍ଥା ର ଭୂମିକା ଓ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିବା ବେଳେ DCPU ୟୁନିଟ ର ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶ୍ରିଯୁକ୍ତ ସତ୍ୟ ରଞ୍ଜନ ଦାସ ସମସ୍ତ ସଦସ୍ୟ ଙ୍କୁ ପଞ୍ଚାୟତ ଏବଂ ଗ୍ରାମ ସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ ର ଗୁରୁତ୍ତ୍ଵ ପୁର୍ଣ୍ଣ ଭୂମିକା ସହିତ କାର୍ଯ୍ୟକାରି କରିବା ପାଇଁ ଅନୁରୋଧ ରଖି ବାଲ୍ୟବିବାହ ର କାରଣ ଓ ନିରାକରଣ ସହିତ ଶିକ୍ଷ୍ୟାଠାରୁ ଦୁରେଇ ଯାଉଥିବା ପିଲାଙ୍କୁ ଶିକ୍ଷ୍ୟା ସହ ଯୋଡ଼ି ବାଲ୍ୟବିବାହ କୁ ରୋକିବା ନିମନ୍ତେ ପ୍ରତ୍ୟେକ ସ୍ତରରେ କିଭଳି ଏକ ସପୂର୍ଣ୍ଣ ପଦକ୍ଷେପ ନିଆଯାଇପାରିବ ସେ ଉପରେ ଆଲୋଚନା ରଖିଥିଲେ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା