June 26, 2025

Utkal Sambad

ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ଗଣିଆ: ( ମନୋରଞ୍ଜନ ମଳିକ )-ରାଜ୍ୟ ସରକାର ଜନସାଧାରଣ ଙ୍କ ବିକାଶ ନିମନ୍ତେ ଶ୍ରୀକ୍ଷେତ୍ରଧାମ ପୁରୀ ଠାରେ ଗୁରୁବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇ ଯାଇଛି lଏ ନେଇ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ କଲୋନୀ ପରିସରରେ ବି ଡି ଓ ସାଗର କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କ୍ରମେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଲଇଡି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା l ଓଡ଼ିଶା ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଦିବସ ପାଇଁ ବିସୃତ ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ଜିଲ୍ଲାପାଳ ଏବଂ ବିଡ଼ିଓଙ୍କୁ ଏହି ମାର୍ଗଦର୍ଶିକା ପ୍ରେରଣ କରାଯାଇଥିଲl । ଜନମତକୁ ପ୍ରାଧାନ୍ୟ ଦେବା ପଞ୍ଚାୟତିରାଜ ଦିବସର ମୂଳ ଉଦ୍ଦେଶ୍ୟ ରହିଥିଲା l ଗ୍ରାମାଞ୍ଚଳ ଲୋକ ମାନଙ୍କୁ ପ୍ରାଥମିକତା ଦିଆଯିବା ସହିତ ଦଶ ହଜାର କୋଟି ଟଙ୍କା ବ୍ୟୟରେ ଗ୍ରାମାଂଚଳ ର ବିକାଶ ପାଇଁ ପିଏମ୍ ବିଜୁଳି , ଆବାସ, ପାଣି ଓ ସଡକ ଯୋଜନା ରେ ବିଭିନ୍ନ ଉନ୍ନତି ମୂଳକ କାମ କରାଯିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ଜିଲ୍ଲାପରିଷଦ ସଭ୍ୟ ନରେଶ କୁମାର ବେହେର,ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ରତନ ଲାଲ୍ ଲୋହରାଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନଙ୍କ ଦ୍ଵାରl ୩୮ ଜଣ ହିତାଧିକରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ବିଡିଓଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ମହିଳା ଏବଂ ପୁରୁଷ ସାମିଲ ହୋଇଥିଲେ l ଆଜିର ଏହି କାର୍ଯ୍ୟ କ୍ରମରେ ବେଲପଡ଼ାପାଟଣl ,ଛାମୁଣ୍ଡିଆ, ଗଣିଆ ଓ ପଞ୍ଚାୟତ ର ସରପଞ୍ଚ ମାନଙ୍କୁ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ଥିଲା l