March 12, 2026

Utkal Sambad

ବିଜେପିର ପ୍ରତିଷ୍ଠା ଦିବସ ପାଳିତ

ଗଣିଆ- (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ଦଶିପୁର ତୋଟାଠାରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସରେ ବିଜେପି ବ୍ଳକ ସଭାପତି ମହାବୀର ମିଶ୍ର, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଅନ୍ତର୍ଯ୍ୟାମୀ ମିଶ୍ର,ଗଣିଆ ବ୍ଳକ ପ୍ରତିନିଧି ଶରତ କୁମାର କର, ପୂର୍ବତନ ଜିଲ୍ଲା ସଭାପତି ପ୍ରଶନ୍ନ କୁମାର ଦାଶ,ସାଧାରଣ ସଂପାଦକ ଶୁଭ୍ରଜିତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଜେପି ସରକାର ୭ ମାସ ଭିତରେ ଯେଉଁ ଲୋକାଭିମୁଖୀ କାର୍ଯ୍ୟ କରିଛି ସେ ସମ୍ପର୍କରେ ଅତିଥି ମାନେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର ଆଗାମୀ ଦିନରେ ଆହୁରି ମଜବୁତ୍ ହେବା ସହିତ ଶାସନ ଭାରକୁ ଆଗକୁ ନେବାକୁ ହେଲେ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ନିହାତି ଆବଶ୍ୟକ ବୋଲି ପୂର୍ବତନ ଜିଲ୍ଲା ସଭାପତି ମତ ଦେଇଥିଲେ । ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସଂକଳ୍ପ ନେଇ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ବ୍ଳକ ସଭାପତି ଆହ୍ବାନ କରିଥିଲେ । ଜଣେ ଯୁବ ସଭାପତି ଭାବେ ଶ୍ରୀ ମିଶ୍ର ଦାୟିତ୍ୱ ନେବା ପରଠାରୁ ଦଳକୁ ମଜବୁତ କରିବାକୁ ତାଙ୍କର ଜୋରଦାର ପ୍ରୟାସ ଥିବାରୁ ତାଙ୍କୁ ମଞ୍ଚାସୀନ ଅତିଥି ମାନେ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ରାଷ୍ଟ୍ର ପାଇଁ ଯେଉଁ ମାନେ ବଳିଦାନ ଦେଇଛନ୍ତି ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ନାରୀନେତ୍ରୀ ସଶ୍ମିତା ମିଶ୍ର ଏବଂ ରଞ୍ଜୁଲତା ପଣ୍ଡାଙ୍କ ଦଳ ପାଇଁ ଅନେକ ତ୍ୟାଗ ଥିବାରୁ ତାଙ୍କୁ ନୂତନ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ଗଣିଆ ବ୍ଳକରେ ଦଳ ତରଫରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଗରୀବ ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ସଭାପତି ଶ୍ରୀମିଶ୍ର ପ୍ରତିଶୃତି ଦେଇଥିଲେ । ସାଧାରଣ ସଂପାଦକ ଶୁଭ୍ରଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ରୁ ଅଧିକ ସଂଖ୍ୟକ ଲୋକ ଯୋଗ ଦେଇଥିଲେ,