March 17, 2026

Utkal Sambad

ବାଳିକା ଆତ୍ମରକ୍ଷା କୌଶଳ ତାଲିମ ଉଦ୍‌ଘାଟିତ

ଗଣିଆ -(ମନୋରଞ୍ଜନ ମଳିକ )- ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତଥା ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ, ଭୂବନେଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୁଧବାର ଦିନ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଳକ ସ୍ଥିତ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଚି । ଏଅି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସଲୀଳା ସେଠୀଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଶାନ୍ତିଲତା ବେହେରା ସଂଯୋଜନା କରିଥିବାବେଳେ ତାଲିମ ଦାତା ଭାବେ ଅଙ୍କିତା ରଣା ଯୋଗଦାନ କରିଥିଲେ । ଏହି ଶିବରରେ +୨ କଳାର ପ୍ରାୟ ୨୦୦ଜଣରୁ ଉର୍ଦ୍ଧ୍ୱ ଛାତ୍ରୀ ଯୋଗଦାନ କରିଥିଲେ । ଏହି ଶିବର ୮ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଆଜିକାଲି ବାଳିକା ମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ହିଂସାରୁ କିଭଳି ନିଜକୁ ରକ୍ଷା କରିବେ ଓ ସହଜରେ କୌଶଳକ୍ରମେ ଖସିଯାଇପାରିବେ ସେ ସଂପର୍କରେ କୌଶଳ ତାଲିମ ପ୍ରଦାନ କରାଯାଇଥିଲା । ଏଥିସହ ଆକ୍ରମଣ ବେଳେ ପ୍ରତିଆକ୍ରମଣ କିଭଳି କରାଯାଇପାରିବ ଏବଂ ଧର୍ଯ୍ୟର ସହ ମୁକାବିଲା କରାଯାଇପାରିବ ସେ ସଂପର୍କରେ କୌଶଳ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବଘାର, ଶିକ୍ଷା ବିଭାଗର ଅଧ୍ୟାପିକା ଦିପ୍ତିମୟୀ ବେହେରା, ରାଜନୀତି ବିଜ୍ଞାନର ଅଧ୍ୟାପକ ଜ୍ଞାନରଂଜନ ଷଡ଼ଙ୍ଗୀ, ସମାଜବିଜ୍ଞାନର ଅଧ୍ୟାପକ ପ୍ରଶନ୍ନ କୁମାର ସାହୁ, ଯୋଗ ଶିକ୍ଷକଶେଷଦେବ ରାଉତଙ୍କ ସମେତ ଭରତ ଚନ୍ଦ୍ର ସାହୁ, ଜଗନ୍ନାଥ ମିଶ୍ର ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।