ଭୁବନେଶ୍ୱର: ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହଙ୍କ ଅଧ୍ୟକ୍ଷତାରେ ବାତ୍ୟା ଦାନା ପାଇଁ ପ୍ରସ୍ତୁତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଟିମ୍ ମଧ୍ୟରେ ସମନ୍ୱୟକୁ ସୁନିଶ୍ଚିତ କରିବା ସହ ରଣନୈତିକ ସମ୍ବଳ ନିୟୋଜନ ଏବଂ ବିଦ୍ୟୁତ୍ ଯନ୍ତ୍ରାଂଶ ଠିକ୍ ସମୟରେ ଠିକ୍ ସ୍ଥାନରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ପ୍ରଭାବିତ ଅଞ୍ଚଳରେ ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ବୈଠକରେ ଟିପିସିଓଡିଏଲର ସମସ୍ତ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ