June 27, 2025

Utkal Sambad

ବାଣ ଭିଡିବା ବେଳେ ଅଘଟଣ, ୩ ଗୁରୁତର, ଜଣେ ଆହତ

ଗଣିଆ -(ମନୋରଞ୍ଜନ ମଳିକ )-ବାଣ ଭିଡ଼ିବା ବେଳେ ଅଘଟଣ 3ଗୁରୁତର, ଜଣେ ଆହତ, ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଆଡ଼କଟା ପଂଚାୟତ କୃଷ୍ଣପଲ୍ଲୀ ଗ୍ରାମରେ ଆଜି ଅପରାହ୍ନ ସମୟରେ ଘଟିଛି ଏକ ବିସ୍ପୋରଣ । ବାଣ ଭିଡୁଥିବା ବେଳେ ଅଚାନକ ବିସ୍ପୋରଣ ଘଟି ଉଡି ଯାଇଛି ଘର ଆଜବେଷ୍ଟ ଭାଙ୍ଗି ଯାଇଥିଲା କାନ୍ଥ ଭୁଶୁଡି ପଡ଼ି ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ଏହି ବିସ୍ପୋରଣରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଛି । ଖବରପାଇ ଘଟଣା ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରିରଖିଛନ୍ତି !
ସୂଚନା ଅନୁଯାୟୀ କୃଷ୍ଣପଲ୍ଲୀ ଗ୍ରାମର ଅଚ୍ୟୁତ ପ୍ରଧାନଙ୍କ ଘରେ ଚାଲିଥିଲା ବେଆଇନ ବାଣ ଭିଡା କାମ । ତେବେ ବାଣ ଭିଡ଼ା ହେଉଥିବା ବେଳେ ହଠାତ୍‌ କୌଣସି କାରଣରୁ ବାଣରେ ବିସ୍ପୋରଣ ହୋଇଥିଲା । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ବାଣ ଭିଡା ହେଉଥିବା ଘରର ଆଜବେଷ୍ଟ ସମୂର୍ଣ୍ଣ ବିକ୍ଷିପ୍ତ ହୋଇ ଏଣେତେଣେ ପଡିଥିଲା । ତେବେ ବିସ୍ପୋରଣରେ ଅଚ୍ୟୁତଙ୍କ ସ୍ତ୍ରୀ ଗୀତା ପ୍ରଧାନ (୩୫) ଅଧା ପୋଡି ଯାଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ନୟାଗଡ଼ ମୁଖ୍ୟ ଚି଼କାତ୍ସାଳୟକୁ ନେଇଥିଲେ ସେଠାରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସାପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ! ଅଚ୍ୟୁତ (୫୦)ଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅଚ୍ୟୁତଙ୍କ ଭାଇ ବାହାଦୁର ପ୍ରଧାନ (୪୦)ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିଚି ହେଉଛନ୍ତି ! ଆହତ ହୋଇ ରାଜକିଶୋର ପ୍ରଧାନ ଘରେ ଅଛନ୍ତି !