March 18, 2026

Utkal Sambad

ବଦଳିଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ପ୍ରମୁଖ ସଚିବଙ୍କ ବଦଳି ହୋଇଛି। ଏନ୍‌ବିଏସ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଶାଶ୍ୱତ ମିଶ୍ରଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ଏହା ସହିତ ତାଙ୍କୁ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା। ୧୯୯୯ ବ୍ୟାଚ୍‌ର ଆଇଏଏସ ଅଫିସର ନିକଟରେ କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିଲେ। ପୂର୍ବରୁ ଶାଶ୍ୱତ ମିଶ୍ର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ। ନିକଟରେ ତାଙ୍କୁ ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।