June 26, 2025

Utkal Sambad

ବଡସିଲିଙ୍ଗା  ପଚାୟତର ବିଭିନ୍ନ ସମସ୍ୟା ନେଇ ଆସନ୍ତା କାଲି ଆନ୍ଦୋଳନ କୁ ଓହ୍ଲାଇବ ଭାରତୀୟ ବିକାଶ ପରିଷଦ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବଡସିଲିଙ୍ଗା ଗ୍ରାମପଂଚାୟତ ର ବିଭିନ୍ନ ସମସ୍ୟା କୁ ନେଇ ଆସନ୍ତା କାଲି ଭାରତୀୟ ବିକାଶ ପରିଷଦ ଓ ବଡସିଲିଙ୍ଗା ପଂଚାୟତ ର ଜନସାଧାରଣ ଲୋକ ମାନେ, ଖବର ନେବାରୁ ଜଣାଗଲାଯେ ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ବଡସିଲିଙ୍ଗା ପଂଚାୟତ ର ଜନସାଧାରଣ ମାନେ ମୌଳିକ ସୁବିଧା ରୁ ବଞ୍ଚିତ, ଏକାଧିକ ଗ୍ରାମ ଗୁଡିକ ପାଇଁ ବିଜୁଳି ସାତସପନ, ଯିବା ଆସିବା କରିବା ପାଇଁ ଭଲ ରାସ୍ତାଟିଏ ନାହିଁ, ପାନୀୟ ଜଳ ନକହିବା ଭଲ, ଲୋକ ମାନେ ବିଶୁଦ୍ଧ ପାନୀୟ ଜଳ ପାଇଁ ପାରୁନାହାନ୍ତି, ବର୍ତମାନ ଡିଜିଟାଲ ଯୁଗ ହୋଇ ଥିଲେ ମଧ୍ୟ ନେଟ ୱାର୍କ ନାହିଁ, ଟାୱାର ନିର୍ମାଣ ହୋଇ ଥିଲେ ମଧ୍ୟ ଚାଲୁ ନ ହୋଇ ପଡ଼ିରହିଛି, ଶିକ୍ଷା ବିଭାଗ ପୁରା ଠପ, ପଂଚାୟତ ରେ ଥିବା ସ୍କୁଲ ଗୁଡିକ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଠିକି ରେ ସ୍କୁଲ ନ ଯାଇ ଘରେ ବାସୀ ଦରମା ନିଅନ୍ତି, ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ, ଡାକ୍ତର ଖାନ ଥିଲେ ମଧ୍ୟ ଡାକ୍ତର ରହୁନାହାନ୍ତି, ଜଙ୍ଗଲ ବିଭାଗ ରାସ୍ତା କାର୍ଯ୍ୟ ନକରି ବିଲି କରି ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରିବା, କେନ୍ଦୁପତ୍ର ଫଡି ଖୋଲିବା, ଆଦି ଦାବୀ ନେଇ ଭାରତୀୟ ବିକାଶ ପରିଷଦ ତରଫରୁ ଆସନ୍ତା କାଲି ଅର୍ଥାତ ମଙ୍ଗଳ ବାର ଦିନ ବ୍ଲକ ସମୁଖରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ଭାରତୀୟ ବିକାଶ ପରିଷଦ ରାଜ୍ୟ ଉପସଭାପତି ନିରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି, ଏହି ଆନ୍ଦୋଳନ ରେ ବଡସିଲିଙ୍ଗା ର ସେକେ୍ଟାପଲି, ଢିପିସାହି, ବାଙ୍କଝରି, ଦୁଇସିଙ୍ଗି, ବଡସିଲିଙ୍ଗା, ଧୂଆପାଜୁ, ଡମାଘାଟି, କୁମୁରି, ସାନସିଲିଙ୍ଗ, ଶଗଡ଼ଭଙ୍ଗା, ପୁରୁଣାପାଣି,ଗ୍ରାମବାସୀ ସାମିଲୀ ହେବେ, ନିରୀହ ଆଦିବାସୀ ଓ ଦଳିତ ଲୋକ ମାନେ ବିଭିନ୍ନ ମୌଳିକ ସୁବିଧା ରୁ ବାରମ୍ବାର ବଞ୍ଚିତ ହେବାରୁ ବାଧ୍ୟ ହୋଇ ବ୍ଲକ ସମ୍ମୁଖୀନ ରେ ଆସନ୍ତା 6ତାରିଖ ରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବ, ଏହି ଆନ୍ଦୋଳନ କରିବା ପାଇଁ 20ଗୋଟି ବିବାହ କୁ ଅବଗତ କରାଯାଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି,