ଗଣିଆ: (ମନୋରଞ୍ଜନ ମଳିକ) : ରାଜ୍ୟ ସରକାର ଙ୍କ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ନୟାଗଡ ଙ୍କ ସହଯୋଗ କ୍ରମେ ବଜ୍ରାଘାତ ରୁ ସୁରକ୍ଷା ପାଇବା ପାଇଁ ଗୋଷ୍ଠି ସ୍ତରୀୟ ସଚେତନତା ଓ ସତର୍କତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏ ନେଇ ଗଣିଆ ପଞ୍ଚାୟତ ସମିତି ଆନୁକୁଲ୍ୟରେ ବୁଧବାର ଦିନ ବଡଶିଲିଙ୍ଗା ପଞ୍ଚାୟତ ର ଗୋଛବାରି ଓ ଛମୁଣ୍ଡିଆ ପଞ୍ଚାୟତ ର ଛମୁଣ୍ଡିଆ ଗାଁ ଗାଁ ବୁଲି ବଜ୍ରପାତ ରୁ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ପାଲା ମଧ୍ୟମରେ ଲୋକଙ୍କୁ ଜନ ସଚେତନତ l କରାଯାଉଥିଲା l ବଜ୍ରପlତ ସମୟରେ ବୈଦ୍ୟୁତିକ ଯାନ୍ତ୍ରିକ ଭଳି ଜିନିଷ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ lଯଦି କେହି ବ୍ୟକ୍ତି ବଜ୍ରାଘାତ ରେ ଆଘାତ ହୁଏ ତାଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ପ୍ରlଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରିବା ପାଇଁ ପlଲlମଧ୍ୟାମରେ ବାର୍ତ୍ତା ଜଣାଇଥିଲେ l ସଚେତନତା ଅଭିଯାନ ରେ ସତ୍ୟନାରାୟଣ ପାଲା ଗାୟକ ରିତ ଧଳ ସମେତ ଗୋବର୍ଦ୍ଧନ ବେହେରା, ରବିନ୍ଦ୍ର ସ୍ବାଇଁ, ଦିଲ୍ଲିପ କୁମାର ନାୟକ ଯୋଗ ଦେଇ ପାଲା ମଧ୍ୟମରେ ପରିବେଷଣ କରଯାଇଥିଲା l ଏଥିସହିତ ରାସଂଗ ଗ୍ରାମପଞ୍ଚାୟତ ସ୍ତରିୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି କହିଛନ୍ତି l
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା