ଭୁବନେଶ୍ୱର,ଏମିତି ଏକ ସମସ୍ୟା ବହୁଳ ଘଟଣା ଘଟିଛି ଭୁବନେଶ୍ୱର ର ଉପକଣ୍ଠ ରେ ଥିବା ପଥର ଗାଡ଼ିଆ ଅଞ୍ଚଳରେ l ୯୨ ମସିହାରୁ ଜମି କିଣି ନିଜ ନାମରେ ପଟା ବାହାର କରି, ଆଜିପଯ୍ୟନ୍ତ ରାଜସ୍ବ ବିଭାଗ ରେ ପ୍ରତିବର୍ଷ ସରକାରଙ୍କ ନିୟମ ଅନୁସାରେ ଧାର୍ଯ୍ୟ ଖଜଣା ପୈଠ କରି ପାଉତି କାଟୁଥିବା ବେଳେ, କିଛି ଅସାମାଜିକ ଲୋକ ୨0୧୩ ମସିହାରେ ଚଞ୍ଚକତା କରି ନିଜନାମରେ କବଲା ବାହାର କରି, ଏବେ ନିଜର ନିଜର ମାଲିକାନା ସତ୍ୱ ବୋଲି ଦାବି କରୁଛନ୍ତି l ସରକାରୀ ଆଇନ୍କୁ ଅମାନ୍ୟ କରି, ସେ ଜମିକୁ ଜବର ଦଖଲ କରି ମାଡ଼ିବସି ବିଭିନ୍ନ ପ୍ରକାରର ଅଘଟଣ ଘଟାଇବାକୁ ଧମକ ଦେଉଛନ୍ତି। ତାଙ୍କ ଜାଗାର ସମସ୍ତ ପ୍ରକାରର କାଗଜ ପତ୍ର ଥାଇ ମଧ୍ୟ ସେ ଜାଗାକୁ ଯିବାକୁ ମାଲିକ କୁ ଦିଆଯାଉ ନାହିଁ। ୨ ଥର ସେ ଯାଗା ଉପରେ ତହସିଲ୍ଦାର ଙ୍କ ତରଫରୁ ଡ଼ିମାର୍କେସନ୍ କରାଯାଇଥିଲେ ମଧ୍ୟ ପୋଲିସ୍, ରାଜସ୍ଵ ନୀରକ୍ଷକଙ୍କ ତତ୍ତ୍ଵାବଧାନରେ ସରକାରୀ ଆଇନ୍ ଫେଲ୍ ମାରିଛି। ଜବର ଦଖଲକାରୀ ନମିତା ପାଲଟାସିଂଘ, ସ୍ବାମୀ-ନିରଞନ ପାଲଟାସିଂଘ, ଦାରୁଠେଙ୍ଗ,ଭୁବନେଶ୍ୱର, ଖୋର୍ଦ୍ଧା, ନିରଞନଙ୍କ ଭାଇ ନିରାକାର ପାଲଟାସିଂଘ, ନିଗମାନନ୍ଦ ପାଲଟାସିଂଘ ଏବଂ ସଂପର୍କୀୟମାନେ ସେହି ଜାଗା ଉପରେ ଯାଗାକୁ ନିଜ ଅଧିନରେ ରଖ୍ ଆତଙ୍କ ରାଜ ଚଳାଉଛନ୍ତି। ସେ ଯାଗାକୁ ଗଲେ ଜୀବନରେ ମାରିଦେବା ପାଇଁ ଧମକ ଦେବା ସହିତ ସେ ଯାଗାରେ ପ୍ରବେଶ କରାଇଦେଉନାହାନ୍ତି। ଯାହା ଫଳରେ ତାଙ୍କ ମନରେ ଭୟ ସଂଚାରିତ ହେଉଛି । ସେଥିପାଇଁ ଏଥର ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତା ୨୬.୦୩.୨୦୨୫ରିଖ ବୁଧବାର ସମୟ ଦିବା ୧୧ ଘଟିକା ସମୟରେ ତହସିଲଦାର, ରାଜସ୍ଵ ନୀରିକ୍ଷକ ଏବଂ ପୋଲିସର ଉପସ୍ଥିତିରେ ଯାଗାକୁ ଆଉଥରେ ଡ଼ିମାର୍ କେସନ୍ କରାଯାଇ ଜମି ମାଲିକଙ୍କୁ ଯାଗା ହସ୍ତାନ୍ତର କରାଯାଉ ବୋଲି ମାନ୍ୟବର ହାଇକୋର୍ଟ ଅର୍ଡ଼ର ପ୍ରଦାନ କରିଥିଲେ । କିନ୍ତୁ ଏଥର ବି ସେଇ ସମାନ ପରିସ୍ଥିତି, ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ସରକାରୀ ରାଜସ୍ବ ନିରୀକ୍ଷକ ପହଞ୍ଚିଥିଲେ, ସେତବେଳକୁ ଅସାମାଜିକ ଲୋକ ମାନେ ତାଙ୍କୁ ବିରୋଧ କରିବାରୁ, ସେ ଫେରି ଆସିଥିଲେ, ଜାହା ଫଳରେ ଜମି ର ପ୍ରକୃତ ମାଲିକ ମାନେ ଆଇନ ଉପରୁ ଅସ୍ଥା ହରାଇ, ସରକାରଙ୍କ ପାଖରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି l ଜମି ମାଲିକ ସମସ୍ତେ ବରିଷ୍ଠ ନାଗରିକ ଓ ମହିଳା ଅଛନ୍ତି l ଲୋକଙ୍କ ସରକାର, ମୋହନ ସରକାର, ଏଭଳି ପରିସ୍ଥିତି ରେ ନ୍ୟାୟ ଦେବେ ବୋଲି ଆଶା ଓ ବିଶ୍ୱାସ ପ୍ରକଟ କରିଛନ୍ତି, ଅସହାୟ ପ୍ରଜା l ନିମ୍ନ ରେ ଜମିର ସବିଶେଷ ତଥ୍ୟ ପ୍ରଦାନ କରାଯାଇଅଛି l
ଖାତା ନଂ.୩୧୯, ପ୍ଲଟ ନଂ.୬୪୩, ସବ୍-ପ୍ଲଟ ନଂ.୩୦୧୫, ସବ୍-ପ୍ଳଟ ନଂ.୩୦୧୬, ମୌଜା-ପଥର ଗାଡ଼ିଆ, କିଟ୍ ରୋଡ଼ ପାଖ, ନିଳାଚଳ ନଗର ଲେନ୍ ଶେଷ ଭାଗ, ଭୁବନେଶ୍ଵର, ଖୋର୍ଦ୍ଧା l
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା