June 27, 2025

Utkal Sambad

ନିରନ୍ତର ସେବାରେ ଶିଶୁ ଚିକିତ୍ସକ

“ନିରନ୍ତର ସେବାରେ ଶିଶୁ ଚିକିତ୍ସକ”.
ସାଧାରଣ ତଃ ଶିଶୁ ମୃତ୍ୟୁ ହାର ଗୋଟିଏ ଦେଶ ବା ରାଜ୍ୟର ସ୍ୱାସ୍ଥ୍ୟସେବାର ମାନଦଣ୍ଡ ହିସାବରେ ଜଣାଯାଏ l ଶିଶୁ ମୃତ୍ୟୁ ହାର ହେଲା ୧000 ଜନ୍ମିତ ଶିଶୁ ମଧ୍ୟରୁ କେତେଜଣ ସେମାନଙ୍କର ପ୍ରଥମ ଜନ୍ମଦିନ ପାଳନ ଆଗରୁ ସବୁଦିନ ପାଇଁ ଏ ପୃଥିବୀରୁ ଆଖି ବୁଝି ଦିଅନ୍ତି, l ସମସ୍ତ ସ୍ୱାସ୍ଥ୍ୟ ସେବା ଆଗରେ ଥାଏ ଶିଶୁ ମାନଙ୍କର ଗୁଣାତ୍ମକ ଚିକିତ୍ସା ଏବଂ ଯତ୍ନ l କାରଣ ବାଲ୍ୟବସ୍ଥାରେ ଶିଶୁମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି l ସାମାନ୍ୟ ଛିଙ୍କ ଠାରୁ ଆରମ୍ଭକରି ମାରାତ୍ମକ ମସ୍ତିସ୍କ ଜ୍ୱର ପର୍ଯ୍ୟନ୍ତ l ସର୍ବ ଭାରତୀୟ ସ୍ତରରେ ଶିଶୁମାନଙ୍କର ମୃତ୍ୟୁ ହରି ୨୫ % ଥିଲାବେଳେ ମଧ୍ୟପ୍ରଦେଶ ରେ ସର୍ବାଧିକ ୪୬ %ଏବଂ କେରଳରେ ସର୍ବନିମ୍ନ ୬ % ବଡ ସୁଖର କଥା ଓଡିଶା ରେ ଏହା ୩୨ % ରେ ସିମିତ,l
ଶିଶୁମାନଙ୍କର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ଥାଏ l ତେଣୁ ସେମାନେ ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇଥାନ୍ତି l ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି କରିବାପାଇଁ ଶିଶୁ ମାନଙ୍କୁ ସମୟୋଚିତ ଟୀକା ଗୁଡିକ ଦେବା ନିହାତି ଜରୁରି l ଏଥିପାଇଁ ପିତାମାତା ସଚେତନ ହେବା ନିତ୍ୟାନ୍ତ ଜରୁରି l ଶିଶୁମାନଙ୍କୁ ଜନ୍ମରୁ ୧0 ବର୍ଷ ପର୍ଯ୍ୟନ୍ତ ସମସ୍ତ ଟୀକା ସରକାରି ଡାକ୍ତରଖାନା ରେ ମାଗଣାରେ ଦିଆଯାଉଅଛି l ଓଡ଼ିଶା ଶିଶୁମାନଙ୍କୁ ଟୀକା ଦେବା କ୍ଷେତ୍ରରେ
ଦେଶରେ ସବୁଠାରୁ ଆଗରେ l ଏହି ଟୀକାଦାନ ହାର ଓଡିଶା ରେ ଶତକଡା ୯୧ ପ୍ରତିଶତ l ଯେତବେଳେ ସର୍ବ ଭାରତୀୟ ସ୍ତରରେ ଏହାର ହାର ହେଉଛି ୮0
ପ୍ରତିଶତ l ଏହି ସଫଳତା ପାଇଁ ରାଜ୍ୟର ସମସ୍ତ ଶିଶୁ ଚିକତ୍ସକ ଧନ୍ୟଵାଦର ପାତ୍ର l ରାଜ୍ୟର କୋଣ ଅନୁକୋଣରେ, ଦୁର ଦୁରାନ୍ତ ଅପହଞ୍ଚ ଇଲାକାରେ, ଆଗମ୍ୟ ଦୁର୍ଗମ ଅଞ୍ଚଳରେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ, ନକ୍ସଲ ପ୍ରଭାବିତ ଇଲାକାରେ ଡାକ୍ତର ମାନେ ନିସ୍ଵାର୍ଥପର ସେବାଯୋଗାଇ ଆସୁଛନ୍ତି l ଜୀବନର ସବୁ ସୁଖ ସ୍ଵଛନ୍ଦକୁ ଜଳାଞ୍ଜଳି ଦେଇ ନିଜର ଯୌବନ ଜୁଇରେ ନିଜେ ଜଳି, ନିଜ ପରିବାରର ସୁଖ ଦୁଃଖ ରେ ଭାଗିଦାର ନ ହୋଇ ଅନୁନତ ଅଞ୍ଚଳରେ ଅସହାୟ ରୋଗୀଣା ଶିଶୁଙ୍କ ସ୍ୱାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥାନ୍ତି l ଏତେ ସେବା ସତ୍ୱେ କେବେ କେବେ ସ୍ଥାନୀୟ ଅଭିଵାବକ ଏବଂ ସ୍ଥାନୀୟ ନେତାମାନଙ୍କ ଆକ୍ରୋଶ ର ଶିକାର ହେବାକୁ ପଡିଥାଏ l କିନ୍ତୁ ସେ ସବୁକୁ ଭୃକ୍ଷେପ ନକରି ଶିଶୁ ଚିକିତ୍ସକ କେବେ ନିଜ ସେବାରୁ ବିଚ୍ୟୁତ ହୁଅନ୍ତି ନାହିଁ l
କଟକ ରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ରେ ନଭେମ୍ବର ୮ ରୁ ୧0 ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଶିଶୁ ଚିକିତ୍ସକ ସମ୍ମିଳନି ଆୟୋଜନ କରା ହେଉଅଛି l ଏଥିରେ ଶିଶୁ ଚିକିତ୍ସକ ମାନେ ଏକତ୍ରିତ ହୋଇ ବିଭିନ୍ନ ରୋଗର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଏବଂ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିବେ ଏବଂ ଯୁଗସହ ତଳଦେଇ ନିଜ ନିଜର ଜ୍ଞାନ ବୃଦ୍ଧି କରିବେ l ଏଥିପାଇଁ ରାଜ୍ୟ ବାହାରୁ ମଧ୍ୟ ବହୁ ମାନ୍ୟ ଗନ୍ୟ ଶିଶୁ ଚିକିତ୍ସକ ଆସି ସେମାନଙ୍କ ଅନୁଭୂତିକୁ ଉପସ୍ଥାପନ କରିବେ l ଏହି ସମ୍ମିଳନୀ ସମସ୍ତ ଶିଶୁ ଚିକିତ୍ସକ ମାନଙ୍କ ପାଇଁ ଅତ୍ୟଧିକ ଜ୍ଞାନ ଆହୋରଣ କରିବାର ଏକ ସୁଯୋଗ l ଅନେକ ଯୁବ ଡାକ୍ତର ମଧ୍ୟ ବିଭିନ୍ନ ଶିଶୁ ରୋଗ ବିଷୟରେ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନା କରିବେ l
ଏହି ସମ୍ମିଳନୀ ର ସଫଳତା କାମନା କରୁଛୁ l
(ରାଜ୍ୟସ୍ତରୀୟ ୪୪ ତମ ଶିଶୁ ଚିକତ୍ସକ ସମ୍ମିଳନୀ ଉପଲକ୍ଷେ )
ଡ଼ଃ ନୀଳମାଧଵ ଜେନା
(ପ୍ରାକ୍ତନ ସଭାପତି )
ଶିଶୁ ଚିକିତ୍ସକ ସଙ୍ଘ l