June 27, 2025

Utkal Sambad

ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଙ୍କ 105 ତମ ଜନ୍ମ ଜୟନ୍ତୀ  ପାଳିତ

ଗଣିଆ -(ମନୋରଞ୍ଜନ ମଳିକ )-ଓଡିଶା ଭାଷା ସାହିତ୍ୟ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ମିଳିତ ଆନୁକୂଲ୍ୟରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଙ୍କ 105ତମ ଜନ୍ମ ଜୟନ୍ତୀ ମହୋତ୍ସବ ଦଶପଲ୍ଲା ଏନ ଏ ଏସି ଅନ୍ତର୍ଗତ ତହସିଲ ନିକସ୍ଥ ଗୋବିନ୍ଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି, ମହାବୀର କ୍ଷେତ୍ର ନାମରେ ପରିଚିତ ଦଶପଲ୍ଲା ମାଟିରେ ଅନେକ ବରିଷ୍ଠ ନାଟ୍ୟକାର, ସାହିତ୍ୟିକ,ଗାଳ୍ପିକ,ରେ ଦଶପଲ୍ଲା ମାଟିକୁ ସାକାର କରିଛନ୍ତି,ସେମାନଙ୍କ ମଧ୍ୟରୁ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଅନ୍ୟତମ, ଆଜି ତାଙ୍କର 105ତମ ଜନ୍ମ ଜୟନ୍ତୀ ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ସାନମାନିତ ଅତିଥି ଭାବେ NAC ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ମୁଖ୍ୟବକ୍ତା ଶ୍ରୀ ଯୁକ୍ତ ଦାଶ, ସାରସ୍ୱତ ସାଧକ, ନାଟ୍ୟକାର, ଲେଖିକା ତଥା ଅଧ୍ୟାପିକା ବୈଜୟନ୍ତି ମିଶ୍ର ଉପସ୍ଥିତ ରହି ସ୍ୱର୍ଗତ ରାମଚନ୍ଦ୍ର ମିଶ୍ର ଙ୍କ ସୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |