June 26, 2025

Utkal Sambad

ନଡାଗଦାରେ ନିଆଁ ଲାଗି ଲକ୍ଷାଧିକ ସମ୍ପତି ନଷ୍ଟ

ଗଣିଆ-(ମନୋରଞ୍ଜନ ମଳିକ)- ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଏରୁଣ୍ଡିପଥର ଗ୍ରାମର ଜଗବନ୍ଧୁ ପଣ୍ଡା ନିଜ ପରିବାରର ଭରଣ ପୋଷଣ ପାଇଁ ଦୀର୍ଘ ୮ ବର୍ଷ ହେଲା ଛତୁଚାଷ କରି ଗୁଜୁରାଣ ମେଣ୍ଟlଉଥିଲେ । ସେ ବର୍ଷ ସାରା ପାଇଁ ପଚାଶ ହଜାର ନନ୍ଦ ମହଜୁତ କରି ରଖିଥିଲେ l ଚାଷୀ ଙ୍କ କହିବାନୁଯାୟୀ ପୂର୍ବ ଶତ୍ରୁତାକୁ ନେଇ କେହି ଏକ ଦୁର୍ବୃତ ଛତୁ ଫର୍ମରେ ନଥିବାର ସୁଯୋଗ ନେଇ ରାତି ୧୨ ଘଟିକା ସମୟରେ ନଡାଗଦାରେ ନିଆଁ ଲଗାଇ ଦେଇଥିଲେ । ମଧ୍ଯ ରାତ୍ରୀରେ ନଡା ଗଦାରେ ନିଆଁ ଲାଗିବା ଦେଖି ଗ୍ରାମବାସୀ ଜଗବନ୍ଧୁଙ୍କୁ ଡ଼ାକିଥିଲେ । ହଠାତ୍ ଘଟଣା ସ୍ଥଳରେ ପଣ୍ଡା ପହଞ୍ଚି ଦେଖିଲାବେଳକୁ ଫlର୍ମ ରେ ଥିବା ନଡା ଗଦା ହୁତୁ ହୂତୁ ହୋଇ ଜଳୁଛି । ସେଠାରୁ ଅଗ୍ନିଶ୍ରମ ବୁଭାଗକୁ ଖବର ଦେବା ପରେ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡାଙ୍କ ନିର୍ଦେଶ କ୍ରମେ ଏକ ଟିମ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିଶ୍ରମ ବିଭାଗର ସୂଚନା ଅନୁଯାୟୀ କ୍ଷୟକ୍ଷତି ର ଆକଳନ ଅନୁଯାୟୀ ଆନୁମାନିକ ତିନିଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଅଛି ବୋଲି ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ପହଞ୍ଚି ଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ ପହଞ୍ଚି ନଥିଲେ ବୋଲି ପଣ୍ଡା କହିଛନ୍ତି lଉକ୍ତ ପରିବାରକୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀ ମାନେ ଦାବି କରିଥିଲେ ।