ଭୁବନେଶ୍ୱର: ପୁରୀ ରୁ ଆରମ୍ଭ ହୋଇ ସାରା ରୋଟାରୀ ଜିଲ୍ଲା 3262 ପରିକ୍ରମା କରିବାକୁ ବାହାରି ଥିବା କନ୍ୟା ସଚେତନତା ରଥ ” ଏକ କଦମ କନ୍ୟା କେ ଲିୟେ ” କାର୍ଯ୍ୟକ୍ରମ ରେ ଆଜି ଦ୍ଵିତୀୟ ଦିନରେ ଭୁବନେଶ୍ୱର ଠାରେ ପହଁଚିଛି, ଏହି ସଚେତନତା ରଥକୁ ” ରମାଦେବୀ ବିଶ୍ୱବିଦ୍ୟାଳୟ ” ସମ୍ମୁଖରେ ରୋଟାରୀ ଭୁବନେଶ୍ୱର ସମୂହ ରେ ଥିବା ସମସ୍ତ କ୍ଲବ ର ସଭାପତି, ସମ୍ପାଦକ, ବରିଷ୍ଟ ରୋଟାରୀଆନ, ବୁଦ୍ଧିଜିବି,ଜିଲ୍ଲା ଅଫିସର କାର୍ଯକର୍ତ୍ତା, କନ୍ୟା ଅନମୋଲ ହୈ ର ସମସ୍ତ କର୍ମକର୍ତା ସ୍ୱାଗତ କରିବା ସଂଗେ ସଂଗେ ଦସ୍ତଖତ ଅଭିଯାନ ରେ ସାମିଲ ହୋଇ ଥିଲେ, ପରେ ରୋଟାରୀ ଜିଲ୍ଲା ପ୍ରାନ୍ତପାଳ ରୋଟାରୀଆନ ଯଜ୍ଞଂଶିଷ ମହାପାତ୍ରଙ୍କ ନେତୃତ୍ୱରେ ” ଏକ କଦମ କନ୍ୟା କେ ଲିୟେ “ପଦ ଯାତ୍ରା ଅନୁଷ୍ଠିତ ହୋଇ ଥିଲା, କନ୍ୟା ଅନମୋଲ ହୈ ର ରାଷ୍ଟ୍ରୀୟ ସଂଯୋଜକ ରୋଟାରୀଆନ ସରୋଜ ଦାଶ ଏହି କାର୍ଯକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଥିଲେ, ରୋଟାରୀ 26-27 ପ୍ରାନ୍ତପାଳ ଅନିଲ ସାମଲ ବର୍ତ୍ତମାନ ସମୟରେ ଏହା ଏକ ଅ ପରିହାର୍ଯ୍ୟ ବୋଲି କହି ଥିଲେ, ଏହି ସଚେତନତା ରଥ ଓଡ଼ିଶାରେ 15 ଦିନରେ 1500km ପରିକ୍ରମା କରିବାକୁ ସ୍ଥିର ହୋଇ ଅଛି. ଆଗାମୀ ଦିନରେ ଏହା କଟକ, ଯାଜପୁର, ଆନନ୍ଦପୁର, କେନ୍ଦୁଝର, ଯୋଡ଼ା, ବରବିଲ, ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, ପାରାଦ୍ୱୀପ, ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର, ଭଞ୍ଜନଗର, ଫୁଲବାଣୀ, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଆଦି ଅଂଚଳ ପରିକ୍ରମା କରିବାର ସ୍ଥିର ହୋଇଅଛି. ରୋଟାରୀ ତରଫରୁ ଜନ ସାଧରଣଙ୍କୁ ଏହି ଅଭିଯାନ ସହ ସାମିଲ ହେବା ପାଇଁ ନିବେଦନ କରାଯାଇଅଛି
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ