ପାଟନା: ବିହାରର ଜେହାନାବାଦରେ ଶ୍ରାବଣ ମାସ ଶେଷ ସୋମବାରରେ ଏକ ବଡ଼ ଅଘଟଣ ଘଟିଛି। ଭକ୍ତଙ୍କ ମଧ୍ୟରେ ଦଳାଚକଟାରେ ଅନେକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ୩ ମହିଳା ଅଛନ୍ତି। ଏହାସହ ୧୨ରୁ ୧୫ ଜଣ ଆହତ ହୋଇଛନ୍ତି। ୱାନୱାର୍ ସିଦ୍ଧେଶ୍ୱର ଧାମଙ୍କ ଭକ୍ତଙ୍କ ଭିଡ଼ରେ ଏହି ଘଟଣା ଘଟିଛି। ସୋମବାର ସକାଳେ ସୂର୍ଯ୍ୟୋଦୟ ସମୟରେ ଏହି ଦୁର୍ଘଟଣା ଘଟିଛି। ମନ୍ଦିର ପରିସରରେ ନିୟୋଜିତ ପୋଲିସ ଓ ସ୍ବେଚ୍ଛାସେବୀମାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି।

More Stories
ଭାରତ ଉପରେ ଆମେରିକା ଶୁଳ୍କ କମାଇବା ସମ୍ବାବନା
୬୧୦୦୦ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ
ମାୟାବତୀଙ୍କ ମନ୍ତବ୍ୟ: ଧାର୍ମିକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ ଉଚିତ ନୁହେଁ