June 26, 2025

Utkal Sambad

ତିନିମାସ ବିତି ଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ସରିଲା ନାହିଁ, ପ୍ରଶାସନ ଅଧିକାରୀ ମାନଙ୍କ ପ୍ରତିଶୃତି ପାଣିର ଗାର

ଗଣିଆ -(ମନୋରଞ୍ଜନ ମଳିକ )-ରାଜ୍ୟ ସରକାର ଜନସାଧାରଣ ଲୋକ ମାନଙ୍କ ସୁବିଧା କରିବା ସହିତ ଗମନାଗମନ କରିବା ପାଇଁ କଂକ୍ରିଟ ରାସ୍ତା, ପିଚୁ ରାସ୍ତା ନିର୍ମାଣ କରିବା କଥା କିନ୍ତୁ ନୟାଗଡ ଜ଼ିଲ୍ଲା ଗଣିଆ ଟି ଆଠ ଗୋଟି ଗ୍ରାମ ପଂଚାୟତ କୁ ନେଇ ଗଠିତ ହୋଇ ଥିଲେ ମଧ୍ୟ ଛାମୁଣ୍ଡିଆ ଓ ବଡସିଲିଙ୍ଗା ଗ୍ରାମ ପଂଚାୟତ ର ଜନସାଧାରଣ ଲୋକ ମାନେ ମୌଳିକ ସୁବିଧା ରୁ ବଞ୍ଚିତ,ଛାମୁଣ୍ଡିଆ ଓ ବଡସିଲିଙ୍ଗା ଗ୍ରାମ ପଂଚାୟତ ର ଜନସାଧାରଣ ଲୋକ ମାନେ ଯିବା ଆସିବା କରିବା ସହିତ ଗାଡି ମଟର ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଥିଲା, ବାରମ୍ବାର ଆମରଣ ଅନଶନ କରିବା ସହିତ ପ୍ରଶାସନ ଅଧିକାରୀ ମାନଙ୍କୁ ଲିଖିତ ଆକାରରେ ଜଣାଇବା ପରେ ରାସ୍ତା ନିର୍ମାଣ କରିବା ପାଇଁ ଟେଣ୍ଡର ହେଲା, ଠିକାଦାର ଆଜକୁ 3ରୁ 4ବର୍ଷ ହେଲା ରାସ୍ତା କାର୍ଯ୍ୟ ଅଳ୍ପ କିଛି କରି ରାସ୍ତା କାର୍ଯ୍ୟ ବନ୍ଦ କରିଦେଇଛି, ରାସ୍ତା କାର୍ଯ୍ୟ ଠିକାଦାର ବନ୍ଦ କରିଦେବା ଯୋଗୁ ଲୋକ ମାନେ ବହୁତ ଦୁର୍ଘଟଣା ସହିତ ଗାଡି ମଟର ଯିବାଆସିବା ପାଇଁ ଅସୁବିଧା ହେବା ଯୋଗୁ ଛାମୁଣ୍ଡିଆ ଗ୍ରାମ ପଂଚାୟତ ର ଜନସାଧାରଣ ଲୋକ ମାନେ 3ମାସ ତଳେ ଗଣିଆ ବ୍ଲକ ସମୁଖରେ ଧାରଣ ଦେଇ ଥିଲେ, ନୟାଗଡ ଉପ ଜ଼ିଲ୍ଲାପାଳ ଙ୍କ ସହିତ ଆରଡ଼ି ବିଭାଗ ସହିତ ଗଣିଆ ବ୍ଲକ ର ପ୍ରଶାସନ ଅଧିକାରୀ ଉପସ୍ଥିତ ରହି ତିନି ମାସ ଭିତରେ ରାସ୍ତା କାର୍ଯ୍ୟ ନିର୍ମାଣ ଶେଷ ହେବ ବୋଲି, ହେଲେ ତିନି ମାସରୁ ଅଧିକ ଦିନ ବିତି ଯାଇ ଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନାହିଁ, ଆଗକୁ ବର୍ଷା ଦିନ ଆସୁଥିବାରୁ ରାସ୍ତା ନିର୍ମାଣ ନହେଲେ ଛାମୁଣ୍ଡିଆ ଓ ବଡସିଲିଙ୍ଗା ଗ୍ରାମପଂଚାୟତ ଜନସାଧାରଣ ଲୋକ ମାନେ ନାହିନଥିବା ଅସୁବିଧା ଭୋଗିବେ, ବର୍ଷା ପୂର୍ବରୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଛାମୁଣ୍ଡିଆ ଓ ବଡସିଲିଙ୍ଗା ଗ୍ରାମପଂଚାୟତ ର ଜନସାଧାରଣ ଲୋକ ମାନେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ବିଭାଗୀୟ ମନ୍ତ୍ରୀ, ଜ଼ିଲ୍ଲାପାଳ ମହୋଦୟ ମାନଙ୍କୁ ଅନୁରୋଧ କରିଛନ୍ତି,