October 11, 2025

Utkal Sambad

ଜାପାନ କରାଟେ ଏସୋସିଏସନ ଇଣ୍ଡିଆର ନବମ ଜାତୀୟ କରାଟେ ଚମ୍ପିୟାନସିପ

ବେଙ୍ଗାଲୁର: ଜାପାନ କରାଟେ ଏସୋସିଏସନ ଇଣ୍ଡିଆର ନବମ ଜାତୀୟ କରାଟେ ଚମ୍ପିୟାନସିପ, ହୋଟେଲ ପରାଗ ବେଙ୍ଗାଲୁର ଠାରେ ୧୧ ଏବଂ ୧୨ ଜାନୁଆରୀ ୨୦୨୫ରେ ଉଜ୍ଜୀବିତ ହୋଇଛି l ଏଥିରେ ଓଡ଼ିଶାରୁ ପାଞ୍ଚ ଜଣିଆ ଦଳ ସନ୍ତୋଷ କୁମାର ମହାପାତ୍ର, ଜାପାନ କରାଟେ ଏସୋସିଏସନର ଓଡ଼ିଶା ମୁଖ୍ୟଙ୍କ ତତ୍ତ୍ୱବଧାନରେ ଭାଗ ନେଇଥିଲେ l ଏଥିରେ ଓଡ଼ିଶା ଦଳ ୩ଟି ସ୍ବର୍ଣ୍ଣ ଏବଂ ୧ଟି ରୌପ୍ୟ ପଦକ ହାତେଇଛି l ସାୟେସା ସାହୁ ଦୁଇଟି ସ୍ବର୍ଣ୍ଣ ଓ ଶ୍ଵେତା ତ୍ରିପାଠୀ ୧ଟି ସ୍ବର୍ଣ୍ଣ ଏବଂ ୧ଟି ରୌପ୍ୟ ବାଳିକା ବର୍ଗରୁ ପାଇଛନ୍ତି l

ଚାମ୍ପିୟନସିପର ମୁଖ୍ୟ ବିଚାରପତି ଭାବେ ଜାପାନ ମାଷ୍ଟର ଡାଇସୁକେ ଓୟେଦା ଏବଂ ଭାରତର ମୁଖ୍ୟ ସେନସାୟୀ ମିଲନ ତ୍ରିବେଦୀ ଉପସ୍ଥିତ ଥିଲେ l ସାୟେସା ସାହୁ ଓଡ଼ିଶାରୁ ସର୍ବ କନିଷ୍ଠ ବାଳିକା ଭାବେ ୮ବର୍ଷ ବୟସରେ ଜାପାନର ଅନ୍ତର୍ଜାତୀୟ ବ୍ଲାକ ବେଲ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି l