ଗଣିଆ-(ମନୋରଞ୍ଜନ ମଳିକ)-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ଗ୍ରାମ ର ବଜାର ପାଣି ପାଇପ୍ ଫାଟି ଯିବା ଯୋଗୁଁ ଆଜକୁ ଚାରି ଦିନ ହେଲା ପିଇବା ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ l ଛାମୁଣ୍ଡିଆ ହେଡ କ୍ୱlଟର୍ ଅଞ୍ଚଳ ରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ଜଡିତ ବହୁ କାର୍ଯ୍ୟରେ ଜନସାଧାରଣ ସଂଶ୍ଳିଷ୍ଟ ରହୁଥିବା ଓ ଜନସାଧାରଣ ବସବାସ କରୁଥିବା ଯୋଗୁଁ ଏଠାରେ ପିଇବା ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ l ରାଜ୍ୟ ସରକାର ଏଥିପାଇଁ ବହୁ ଅର୍ଥ ବ୍ୟୟ ବରାଦ କରାଯାଉଥିବା ବେଳେ ଏଠାରେ ପାଣିର ଅଭାବ ଯୋଗୁଁ ଅନେକ ଜନସାଧାରଣ ବିଭିନ୍ନ କାର୍ଯ୍ୟଳୟ ର କର୍ମଚାରୀ ମାନେ ପିଇବା ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି l ଏ ନେଇ ଗ୍ରାମର ମହିଳା ତୁଳସୀ ସାହୁ କହିଛନ୍ତି ଯେ ସରପଞ୍ଚ ଙ୍କୁ ଅଭିଯୋଗ କଲେ ଆମର ଏଥିରେ କୌଣସି କାର୍ଯ୍ୟ କରିବା ଦାୟିତ୍ଵ ନାହି ବୋଲି ଜଣାଇଥିଲେ l ଯଦି ଯଥାଶୀଘ୍ର ଏହାର ମରାମତି କାର୍ଯ୍ୟ କରାନଯାଏ ତେବେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ତୁଳସୀ ସାହୁ କହିଛନ୍ତି l
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ