ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ପିଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଗଣିଆ ଯୁବକ ସଂଘ ତରଫରୁ ବଜ୍ରପାତ ସଚେତନତା ଶିବିର ବୁଧବାର ଦିନ ସକାଳୁ ଅନୁଷ୍ଠିତ ହୋଇ ଯାଇଛି, ଏହି ଶିବିର ରେ ଗଣିଆ ସରପଞ୍ଚ ଶ୍ରୀ ଗିରିଧାରୀ ସେଠି, ସମିତି ସଭ୍ୟ ଶ୍ରୀ ଫକୀର ମୋହନ ଡାକୁଆ, ସମାଜ ସେବୀ ଆନନ୍ଦ ଚନ୍ଦ୍ର ବେହେରା, ଯୁବକ ସଂଘ ସମ୍ପାଦକ ବାଉରୀ ବନ୍ଧୁ ବେହେରା, ଶିକ୍ଷକ ମହେଶ୍ୱର ନାୟକ, ଶିକ୍ଷକ ପ୍ରଫୁଲ କୁମାର ମିଶ୍ର, ପବିତ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ, ଏହି ଅବସରରେ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗଣିଆ ଗ୍ରାମ ପରିକ୍ରମା କରାଯାଇ ଏକ ଶୋଭାଯାତ୍ରା କରିଥିଲେ, ବଜ୍ରପାତ ସମୟରେ କିଭଳି ସୁରକ୍ଷା ରହିବା ତାର ଉପରେ ସଚେତନତା କରିଥିଲେ,g ବଜ୍ରପାତ ଯୋଗୁ ଅନେକ ଜୀବନ ଯାଉଥିବାରୁ ଏଲ ଡି ମାଧ୍ୟମରେ ଏହାର ନିରାକରଣ ସମ୍ପର୍କ ରେ ବିଭିନ୍ନ ସଚେତନତା ବାର୍ତା ପ୍ରଦାନ କରିଥିଲେ,ଏହିଠାରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ତଥା ଅଭିବାହକ ସଚେତନତା ଲାଭ କରିଥିଲେ I

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ