ସବୁବେଳେ ଏମିତି ହୋଇଥାଏ ଯେ, ଆମେ ଛଣାଯାଇଥିବା ତେଲର ଅବଶିଷ୍ଟକୁ ଶେଷ ହେବା ପର୍ଯ୍ୟନ୍ତ ଅନ୍ୟ ରୋଷେଇରେ ବ୍ୟବହାର କରିଥାଉ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ନିକଟରେ ଜାରି କରିଥିବା ମାର୍ଗଦର୍ଶିକାରେ ବନସ୍ପତି ତେଲ ଅଥବା କୌଣସି ପ୍ରକାରର ତେଲକୁ ବାରମ୍ବାର ଗରମ କରିବାରୁ ନିବୃତ୍ତ ରହିବା ଦରକାର । ଚିକିତ୍ସା ଅନୁସନ୍ଧାନ ଶାଖା ତରଫରୁ କୁହାଯାଇଛି ଯେ, ବନସ୍ପତି ତେଲକୁ ବାରମ୍ବାର ଗରମ କରିବା ଦ୍ୱାରା ବିଷାକ୍ତ ଉତ୍ପାଦ ସୃଷ୍ଟି କରିଥାଏ । ଏହା ହୃଦୟ ରୋଗ ଓ କର୍କଟ ଭଳି ବିପଦପୂର୍ଣ୍ଣ ରୋଗ ବଢ଼ାଇବାରେ ସାହାଯ୍ୟ କରିଥାଏ । ବିଗତ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ଛଣାଯାଇଥିବା ଅବଶିଷ୍ଟ ତେଲକୁ ଦ୍ୱିତୀୟ ଥର ଗରମ କରିବା ଦ୍ୱାରା ଏଥିରୁ ବିଷାକ୍ତ ପଦାର୍ଥ ନିଗର୍ତ ହୋଇଥାଏ । ଶରୀରରେ ଏହି ତେଲ ଫ୍ରି ରୈଡିକଲ୍ସ ମଧ୍ୟ ବଢ଼ାଇପାରେ, ଯେଉଁଥିରେ ସୂଜନ ଓ ବିଭିନ୍ନ ବିପଦପୂର୍ଣ୍ଣ ରୋଗ ହେବାର ଆଶଙ୍କା ରହିଥାଏ ।
More Stories
ମଣିପାଲ ହସ୍ପିଟାଲର ସଫଳ କିଡନୀ ପ୍ରତ୍ୟାରୋପଣ ସହିତ ରୋଗୀଙ୍କୁ ଅସାଧାରଣ ସେବା ଓ ଯତ୍ନ ଯୋଗାଇବାର ଖୁସି
ହ୍ୟୁମାନ ମେଟା ନିମୋ ଭାଇରସ (HMPV)
ନିରନ୍ତର ସେବାରେ ଶିଶୁ ଚିକିତ୍ସକ