March 11, 2026

Utkal Sambad

ଚେନ୍ନାଇ ସୁପର କିଙ୍ଗ୍ସରୁ ୬ କୋଟି ଟଙ୍କା ନେବେ ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟାରେ ହ୍ରାସ ଘଟିନାହିଁ। ଆଜି ବି ତାଙ୍କ ପ୍ରଶଂସକମାନେ ପୁରା ଷ୍ଟାଡିୟମକୁ ହଳଦିଆ ରଙ୍ଗରେ ରଙ୍ଗେଇ ଦେଇଛନ୍ତି। ଧୋନୀ ମଧ୍ୟ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ଧୋନୀଙ୍କ ହୃଦୟରେ ଚେନ୍ନାଇ ସୁପର କିଙ୍ଗ୍ସ ଫ୍ରାଞ୍ଚାଇଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଛି। ସେ ଏହାକୁ ଅନେକ ଥର ସାର୍ବଜନୀନ କରିଛନ୍ତି। ଧୋନୀ ପୁଣି ଥରେ ଦଳ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ଧୋନୀ ଆଇପିଏଲ ୨୦୨୫ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସରୁ ମାତ୍ର ୬ କୋଟି ଟଙ୍କା ନେବେ।