ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଗଣିଆ ଗ୍ରାମର ପାଟଣା ସାହି ର ସଚ୍ଚିତାନନ୍ଦ ମିଶ୍ର (ଟିନା ଭାଇନା )ଆତ୍ମା ହତ୍ୟା କରିଥିବାର ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଗଣିଆ ବ୍ଲକ ରେ ପିଅନ ଭାବେ କାର୍ଯ୍ୟ କରୁଥିଲେ, ଏହା ସହିତ ସେ ଗଣିଆ ଅଂଚଳ ରେ ଜଣେ କଳାକାର ଭାବେ ପରିଚିତ, ସେ ଆଜି ଭୋର ସମୟରେ କୌଣସି କାରଣ ଯୋଗୁ ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଥବା ଜଣାପଡିଛି, ଖବର ପାଇ ଗଣିଆ ତହସିଲଦାର ସୁଶ୍ରୀ ପ୍ରୀତିବାଳା ରଣା ଓ ଗଣିଆ ଥାନା ଅଧିକାରୀ ଙ୍କ ସହିତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଶବ ବ୍ୟବଚ୍ଛେଦ କରିବା ପାଇ ଦଶପଲ୍ଲା କୁ ପଠାଇ ଥିଲେ, କେଉଁ କାରଣ ଯୋଗୁ ଆତ୍ମହତ୍ୟା କରିଛନ୍ତି, ତାହା ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ |
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା