March 16, 2026

Utkal Sambad

ଚତୃର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଆତ୍ମହତ୍ୟା

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଗଣିଆ ଗ୍ରାମର ପାଟଣା ସାହି ର ସଚ୍ଚିତାନନ୍ଦ ମିଶ୍ର (ଟିନା ଭାଇନା )ଆତ୍ମା ହତ୍ୟା କରିଥିବାର ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଗଣିଆ ବ୍ଲକ ରେ ପିଅନ ଭାବେ କାର୍ଯ୍ୟ କରୁଥିଲେ, ଏହା ସହିତ ସେ ଗଣିଆ ଅଂଚଳ ରେ ଜଣେ କଳାକାର ଭାବେ ପରିଚିତ, ସେ ଆଜି ଭୋର ସମୟରେ କୌଣସି କାରଣ ଯୋଗୁ ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଥବା ଜଣାପଡିଛି, ଖବର ପାଇ ଗଣିଆ ତହସିଲଦାର ସୁଶ୍ରୀ ପ୍ରୀତିବାଳା ରଣା ଓ ଗଣିଆ ଥାନା ଅଧିକାରୀ ଙ୍କ ସହିତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଶବ ବ୍ୟବଚ୍ଛେଦ କରିବା ପାଇ ଦଶପଲ୍ଲା କୁ ପଠାଇ ଥିଲେ, କେଉଁ କାରଣ ଯୋଗୁ ଆତ୍ମହତ୍ୟା କରିଛନ୍ତି, ତାହା ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ |