ଭୁବନେଶ୍ୱର: ସ୍ଥାନୀୟ ନୂଆପଲ୍ଲୀସ୍ଥିତ ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ ପକ୍ଷରୁ ଚତୁର୍ଥ ଅଣ୍ଡର-୧୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାରେ ଭୁବନେଶ୍ବରର ବିବିସିଏ କ୍ରିକେଟ୍ କ୍ଲବ୍ ୯ ରନ୍ରେ କଟକର ବିଶ୍ବଭାରତୀୟ କ୍ରିକେଟ୍ କ୍ଲବ୍କୁ ହରାଇ ଦେଇଛି । ରବିବାର ଅନୁଷ୍ଠିତ ମ୍ୟାଚ୍ରେ ବିବିସିଏ କ୍ଲବ୍ ପ୍ରଥମେ ନିର୍ଦ୍ଧାରିତ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୪୮ ରନ୍ କରିଥିଲା । ଟିମ୍ ପକ୍ଷରୁ ଅଶନୀଲ୍ ରାଉତରାୟ ଓ ଆଦିତ୍ୟ କୁମାର ମହାପାତ୍ର ୨୪-୨୪ ରନ୍ କରିଥିଲେ । କାର୍ତ୍ତିକେଶ୍ୱର ଶ’ ଦୁଇଟି ୱିକେଟ୍ ନେଇଥିଲେ।
ଜବାବରେ ବିଶ୍ବଭାରତୀ ୭ ୱିକେଟ୍ ବିନିମୟରେ ୧୩୭ ରନ୍ କରିବାକୁ ସମର୍ଥ ହୋଇଥିଲା। ଟିମ୍ ପକ୍ଷରୁ ପ୍ରିୟଂଶୁ ସାମଲ ସର୍ବାଧିକ ୬୦ ରନ୍ କରିଥିଲେ। ବିବିସିଏ ପକ୍ଷରୁ ଅଭିଜିତ ନାଥ ୩ଟି ଓ ସାଇ ସାମଲ ୨ଟି ୱିକେଟ୍ ନେଇଥିଲେ। ବିବିସିଏର ଅଭିଜିତ ନାଥଙ୍କୁ ଓ ସିଏ ଅଣ୍ଡର-୧୬ କୋଚ୍ ରଶ୍ମିରଞ୍ଜନ ଦାସ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ଆଜିର ଉଦ୍ଘାଟନୀ ମ୍ୟାଚ୍ ରେ ବିଏମ୍ସିର ୨୫ ନଂମ୍ବର ୱାର୍ଡ କର୍ପୋରେଟର୍ ମାନସୀ ରାଣୀ ସୁନ୍ଦରାୟ ଏବଂ ଓଡ଼ିଶା ରଣଜୀ ଟିସ୍ର ପୂର୍ବତନ କ୍ୟାପ୍ଟେନ୍ ରଶ୍ମିରଞ୍ଜନ ପରିଡ଼ା ଅତିଥି ଭାବେ ଯୋଗ ଦେଇଥିଲେ।
More Stories
ଆଶୁତୋଷ ପାଇ ଭାପୁର ବ୍ଲକ ଉତ୍ସବ ମୁଖର
ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ପ୍ରଶାସନିକ ବୋର୍ଡରେ ଯୋଗଦେଲେ ଈଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍
କାମ୍ପା ହେଲା ଆଇପିଏଲର ସହ-ପାୱାର୍ଡ଼ ପ୍ରଯୋଜକ, ଜିଓ ଷ୍ଟାର ସହିତ ସହଭାଗିତା ସ୍ଥାପନ