ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଦିନକୁ ଦିନ ଗୋରୁ ଚାଲାଣ ବୃଦ୍ଧି ପାଉଥିବାରୁ ଗତକାଲି ରାତ୍ର ରେ ଗଣିଆ ରେଞ୍ଜର ସୁମନ ମାଝୀ ଙ୍କ ନିର୍ଦେଶ କ୍ରମେ ଗଣିଆ ବନବିଭାଗ ର କର୍ମଚାରୀ ମାନେ ଡିୟୁଟି କରୁଥିବା ସମୟରେ ଏକ ଗାଡିକୁ ପିଛା କରିଥିଲେ, ଗାଡି ଟିକୁ ଡ୍ରାଇଭର ଗଣିଆ ହାଟପଦା ଦେଇ ୱାଲିପୁର ବାଲି ଘାଟ ଠାରେ ଗାଡିଟି ପମ୍ପଚର ହେବାରୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇ ଥିଲା, ଏହି ସମୟ ରେ ଗଣିଆ ବନ ବିଭାଗ ର କର୍ମଚାରୀ ମାନେ ଗାଡି ପାଖରେ ପହଂଚି ଦେଖିଲା ବେଳେ ଗୋରୁ ଗାଡି ବୋଲି ଜାଣିଥିଲେ,ଏହା ପରେ ବନବିଭାଗ ଗଣିଆ ଥାନା ଅଧିକାରୀ କୁ ଫୋନ କରିଥିଲେ, ଗଣିଆ ଥାନା ଅଧିକାରୀ ଶ୍ରୀ ଲଷ୍ମଣ ଦଣ୍ଡ ସେନ ପହଂଚି ଗୋରୁ ଗାଡି ଧରି ଗଣିଆ ଥାନା ରେ ପହଂଚି ଗୋରୁ କୁ ଗୋ ଶାଳା କୁ ପଠାଇ ଦେଇ ଥିଲେ, ଗାଡି ଡ୍ରାଇଭର ଫେରାର ଅଛି, ଆସାମୀ କୁ ଖୁବୁଶୀଘ୍ର ଧରାଯିବ ବୋଲି ଗଣିଆ ଥାନା ଅଧିକାରୀ ପ୍ରକାଶ କରିଛନ୍ତି,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ