ଗଣିଆ – (ମନୋରଞ୍ଜନ ମଳିକ)- ପରମ ପୂଜ୍ୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୭ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ରବିବାର ଦିନ ପୂର୍ବାହ୍ନ ସମୟରେ ବାକ୍ତୃତ୍ୱା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗଣିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଉତରାୟ ଯୋଗଦେଇଥିବା ବେଳେ ସମ୍ମାନୀତ ଭାବେ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ଗଣିଆ ର ପ୍ରଧାନ ଶିକ୍ଷୟତ୍ରୀ ନିହାର ବlଳା ରାଉତ, ଆଂଚଳିକ ସାମ୍ୱାଦିକ ସଂଘ ସଭାପତି ଅଖିଳ ବିହରୀ ପାଣିଗ୍ରାହୀ ଯୋଗଦାନ କରିଥିଲେ l ଏହି ବକ୍ତୃତ୍ୱା ପ୍ରତିଯୋଗିତାର ବିଚାରକ ମଣ୍ଡଳୀ ରେ ଡ଼. ରାମ ଚନ୍ଦ୍ର ସାମନ୍ତ ରାୟ ମହାବିଦ୍ୟାଳୟ ଗଣିଆ ର ଅଧ୍ୟାପକ ଜିତେନ୍ କୁମାର ପାଣିଗ୍ରାହୀ ଓ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡ଼ିଗ୍ରୀ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଭଗବାନ ପୃଷ୍ଟି ଯୋଗଦାନ କରି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଥିବା ପ୍ରତିଯୋଗୀ ଙ୍କ ବକ୍ତୃତ୍ଵା ର ମାନ ନିର୍ଧାରଣ କରିଥଲେ l ସର୍ବ ପ୍ରଥମେ ସମସ୍ତ ଅତିଥି ମାନଙ୍କ ଦ୍ବାରା ମହାପ୍ରଭୂ ଜଗନ୍ନାଥ ଓ ପରମ ପୂଜ୍ୟ ଗୋପବନ୍ଧୁ ଦାସ ଙ୍କ ନିକଟରେ ପୁଷ୍ପମାଲ୍ୟ ଓ ଦୀପଦାନ କରାଯାଉଥିଲା l ତତ୍ ସହିତ ସମାଜ ଖବର କାଗଜ ର ସଂପାଦକ ତଥା ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସମ୍ପାଦକ , ସମାଜସେବୀ,ଶିକ୍ଷାବିତ୍ ନିରଞ୍ଜନ ରଥ ଙ୍କ ଅମର ଆତ୍ମା ର ସତ୍ ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l ଗଣିଆ ବ୍ଲକର ଆଠଗୋଟି ଉଚ୍ଚ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଆଠ ଜଣ ଛାତ୍ର ଛାତ୍ରୀ ପ୍ରତିଯୋଗିତା ରେ ଯୋଗଦାନ ଦେଇଥିଲେ l ଛାତ୍ର ଛାତ୍ରୀ ମାନେ ଗୋପବନ୍ଧୁ ଙ୍କ ସ୍ୱପ୍ନର ଓଡ଼ିଶା ବିଷୟ ବସ୍ତୁ ଉପରେ ଆଧାରିତ ପ୍ରସଙ୍ଗ ନେଇ ବକ୍ତୃତ୍ୱl ପ୍ରଦାନ କରିଥଲେ l ସେମାନଙ୍କ ମଧ୍ୟରୁ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ର ଛାତ୍ର ସୁକାନ୍ତ ଜେନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟlର ଛାତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ମାଳତିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ବିବେକାନନ୍ଦ ମହାଖୁଡ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏହି ଭବ୍ୟ ଉତ୍ସବ ରେ ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲl l ସମାଜ ପ୍ରତିନିଧି ବ୍ରଜ ବନ୍ଧୁ ଦେହୁରୀ ଭବ୍ୟ ସଭା ପରିଚାଳନା କରିଥିଲେ l
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋ-ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ସମ୍ମିଳନୀ