ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଶିକ୍ଷକ ଭବନ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି, ଏହି ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ରାଉତରାୟ ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ରାମଚନ୍ଦ୍ର ଦାଶ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ ମହାରଣା, ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ଶରତ ଜେନା,ଲଖଣ ବେହେରା, ନବ କିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ, ଗଣିଆ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଅବସରଗ୍ରହଣ କରିଥିବା ପ୍ରାୟ ,୧୫ ଜଣ ଶିକ୍ଷକ ଙ୍କୁ ପୁଷ୍ପାପୁଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା, ଅବସର ପ୍ରାପ୍ତ ଶିକ୍ଷକ ମଧ୍ୟରୁ ଶ୍ୟାମ ସୁନ୍ଦର ମଲ୍ଲିକ, ସାଧୁ ଚରଣ ପରିଡା, କହେଁଇ ଚରଣ ରାଉତ, ପୀତବାସ ମହାପାତ୍ର, ପ୍ରିୟଦମ୍ବା ପଣ୍ଡା, କାନନ ବାଳା ସାହୁ, ପ୍ରତିମା ଦେବୀ, ଉଦୟନାଥ ସାହୁ, ଲଷ୍ମୀଧର ବାଲିଆ, ଶେଷଦେବ ରାଉତ, ତ୍ରିନାଥ ଖଟୁଆ, ରୋମିତା ବିଶ୍ୱାଳ, ତ୍ରିଲୋଚନ ବେହେରା, ପ୍ରହଲ୍ଲାଦ ଦଳେଇ, ବୋଲି ଜଣାପଡିଛି, ଶିକ୍ଷକ ମାନେ ନିଜ ନିଜର ଅନୁଭୂତି ବର୍ଣନା କରିଥିଲେ, ଶିକ୍ଷକ ସଂଘ ତରଫରୁ ବରିଷ୍ଠ ଶିକ୍ଷକ ବାମନ ଚରଣ ବାରିକି ମଞ୍ଚ ପରିଚାଳନା କରିଥିଲେ, ଶିକ୍ଷକ ସଂଘ ସମ୍ପାଦକ ସୁରେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ, ଶିକ୍ଷକ ସଂଘ ର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ