June 26, 2025

Utkal Sambad

ଗଣିଆ ଲଙ୍କାପୋଡ଼ି ମହୋତ୍ସବ ଓ ପଲିଶ୍ରୀ ମେଳା ଉଦଘାଟିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଲଙ୍କାପୋଡ଼ି ମହୋତ୍ସବ ତଥା ପଲିଶ୍ରୀ ମେଳା ମଙ୍ଗଳବାର ଦିନ ଉଦଘାଟିତ ହୋଇ ଯାଇଛି, ଖବର ନେବାରେ ଜଣାଗଲାଯେ ରାମ ମନ୍ଦିର ରୁ ଅତିଥି ମାନଙ୍କୁ ବାଣ ବାଜା ବଜାଇ ଗଣିଆ ବଜ଼ାର ପରିକ୍ରମା କରି ପଲିଶ୍ରୀ ମେଳା ପାଖରେ ପହଂଚି ଥିଲେ,ଏହି ମହୋତ୍ସବ ଆସନ୍ତା 2ତାରିଖ ପର୍ଯ୍ୟନ୍ତ ମହାସମାରୋହ ପାଳିତ ହେବ ବୋଲି ଯାତ୍ରା କମିଟି ତରଫରୁ ଜଣାପଡୁଛି, ଯାତ୍ରା କମିଟି ର ସଭାପତି ବିଜୟ କୁମାର ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ, ନୟାଗଡ ବିଧାୟକ ଡ଼ା, ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧକ୍ଷ ଶ୍ରୀମତୀ ଝୁନା ଜେନା , ଗଣିଆ ସରପଞ୍ଚ ଗିରିଧାରୀ ସେଠି, ସମିତି ଫକୀର ମୋହନ ଡାକୁଆ, ସମିତି ଫକୀର ମୋହନ ଡାକୁଆ, ଯାତ୍ରା କମିଟି ର ଉପଦେଷ୍ଟା ବିଭୁତି ଭୂଷଣ ପଣ୍ଡା, ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ, ଏହି ଯାତ୍ରା ଓ ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ଯାତ୍ରା ଦେଖି ବାକୁ ଅତିଥି ମାନେ ଜନସାଧାରଣ କୁ ପରାମର୍ଶ ଦେଇଥିଲେ, ଗଣିଆ ବଜ଼ାର ଉପରେ ଭଂଜନ ସମାରୋହ ଓ ନାଟକ ମଞ୍ଚସ୍ଥ ହୋଇ ଥିଲା, ଏପଟେ ରାମ ମନ୍ଦିର ରେ ରାମ ନାଟକ ଆରମ୍ଭ ହୋଇଥିଲା,ରାମ ରାବଣ ମଧ୍ୟରେ ଯୁଦ୍ଧ ହେଲା ପରେ ରାବଣ ରାମ ଙ୍କ ବ୍ରହ୍ମଅସ୍ତ୍ର ରେ ନିହତ ହେଲେ, ସୀତା ଅଗ୍ନି ପରୀକ୍ଷା ଦେଇ ଥିଲେ, ବୁଧବାର ଦିନ ରାମ ଅଭିଷେକ କରାଯିବ ବୋଲି ଜଣାପଡିଛି,