June 26, 2025

Utkal Sambad

ଗଣିଆ ବ୍ଲକରେ ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଏକ ପ୍ରହସନ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ସୋମବାର ଦିନ ବ୍ଲକ ସଭା ଗୃହ ରେ ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି ବୋଲି ଜଣାପଡିଛି, ଏହି ଶିବିର ଏକ ପ୍ରହସନ ବୋଲି ବାହାରେ ଆଲୋଚନା ହେଉଛି, ଖବର ନେବାରେ ଜଣାଗଲାଯେ ଏହି ଶିବିରରେ ନୟାଗଡ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ କର୍ଣ୍ଣାଦେବ ସମାଦାର, ଅତିରିକ୍ତ ଜ଼ିଲ୍ଲାପାଳ ଦିଲୀପ କୁମାର ବଳ, ଅତିରିକ୍ତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ, ଗଣିଆ ତହସିଲଦାର ସୁଶ୍ରୀ ପ୍ରୀତିବାଳା ରଣା, ବିଡ଼ିଓ ଡା, ବେବିତା ମଞ୍ଜରୀ ନାୟକ, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଗଣିଆ ମେଡିକାଲ ଅଧିକାରୀ ମଧୁସୂଦନ ଦାସ, ଙ୍କ ସମେତ ଶିକ୍ଷା ବିଭାଗ, କୃଷି ବିଭାଗ, ପାନୀୟ ଜଳ ବିଭାଗ, ଅନ୍ୟ ବିଭାଗ ର କର୍ମଚାରୀମାନେ ଉପସ୍ଥିତ ଥିଲେ,ଆମ ରିପୋଟର ଗ୍ରାଉଣ୍ଡ କୁ ଯାଇ ଖବର ନେବାରେ ଜଣାଗଲାଯେ ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ରେ ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କର୍ମଚାରୀ ମାନଙ୍କ ବ୍ୟତୀତ ଅଭିଯୋଗ କାରି କାହାକୁ ଦେଖିବାକୁ ମିଳିନଥିଲା, ଶେଷରେ ଚେୟାର ଗୁଡିକ ଖାଲି ପଡିଥିଲା, ଆପଣ ମାନେ ଏହି ଭିଜୁଆଲ ଦେଖିଲେ ଜାଣିପାରିବେ, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ ଗଣିଆ ବ୍ଲକ ର ବିଭିନ୍ନ ଅସୁବିଧା ବିଷୟରେ ବାରମ୍ବାର ଅଭିଯୋଗ କରି ଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ ନ କରିବାରୁ ବୈଠକ ତଳେ ବସି ପ୍ରତିବାଦ କରିବା ଯୋଗୁ ସରପଞ୍ଚ ସଂଘ ତରଫରୁ ଆପତ୍ତି କଲେ ମଧ୍ୟ ପ୍ରଶାସନ ଅଧିକାରୀ ମାନେ କର୍ଣ୍ଣପାତ କଲେ ନାହିଁ, ଏଥିରୁ ଜଣାଗଲାଯେ ଯଦି ଜନପ୍ରତିନିଧି ଙ୍କ କଥା ରହୁନି ଗରିବ କଥା କିଏ ଶୁଣିବ ବୋଲି ଚର୍ଚ୍ଚା ର ବିଷୟ ପାଲିଟିଛି, ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଗଣିଆ ବ୍ଲକ ସଭାଗୃହରେ ହେବ ବୋଲି ପ୍ରଶାସନ ପକ୍ଷରୁ କୌଣସି ପ୍ରଚାର କରାଯାଉନାହିଁ, ଗଣିଆ ବ୍ଲକ ରେ ଜ଼ିଲ୍ଲାପାଳ ଙ୍କ ଜନ ଶୁଣାଣି ଏକ ପ୍ରହସନ ବୋଲି ଏଥିରୁ ଜଣାଗଲା |