ଗଣିଆ -(ମନୋରଞ୍ଜନ ମଳିକ )-ରାସ୍ତା ସମସ୍ୟା କୁ ନେଇ ପ୍ରତିଦିନ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ବଡସିଲିଙ୍ଗା, ଛାମୁଣ୍ଡିଆ, ରାସଙ୍ଗ ପଂଚାୟତ ବାସୀ, ଗଣିଆ -ବଡମୁଳ ରାସ୍ତା ର ଦୂର ବସ୍ତା ସମ୍ପର୍କ ରେ କେବଳ ଜନସାଧାରଣ ଲୋକ ମାନେ କହିପାରିବେ କେଉଁ ଭଳି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି, ଏହି ରାସ୍ତା ର ନିର୍ମାଣ କାର୍ଯ୍ୟ 2022ମସିହା ଫେବୃଆରୀ 23ରୁ ଆରମ୍ଭ ହୋଇ 2023ମସିହା ମାର୍ଚ୍ଚ 23ରେ ଶେଷ ଅବଧି ରହିଥିଲେ ହେଁ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବା ଜଣାପଡିଛି, ଏହି ରାସ୍ତା ବିଷୟରେ ଆଜକୁ 2ବର୍ଷ ହେଲା ଅଂଚଳ ବାସୀ ଙ୍କ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ରାଜନେତା ଓ ପ୍ରଶାସନ ଅଧିକାରୀ ଙ୍କ ନିକଟରେ ଗୁହାରି କଲେ ମଧ୍ୟ ସୁଫଳ ମିଳିପାରୁନାହିଁ, ଠିକାଦାର ମନ ଇଛା ରାସ୍ତା ଖୋଳି ପକାଇ ଦେଇଛନ୍ତି ତ କେଉଁଠି ରାସ୍ତା କାର୍ଯ୍ୟ ଅଧା କରି ପକାଇ ଦେଇ ଛନ୍ତି, ରାସ୍ତା କାର୍ଯ୍ୟ ବିଳମ୍ବ ହେବାରୁ ଅଂଚଳବାସୀ ଫେବୃଆରୀ 3ତାରିଖ ରେ ଗଣିଆ ବ୍ଲକ ସମ୍ମୁଖୀନ ରେ ଧାରଣା ଦେଇ ଥିଲେ, ଧାରଣା ଦେବା ସମୟରେ ନୟାଗଡ ଉପ ଜ଼ିଲ୍ଲାପାଳ, ଗ୍ରାମ୍ୟ ଉନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ, ଗଣିଆ ତହସିଲ, ପହଂଚି ସବୁ ଦାବୀ ପୂରଣ ଏପ୍ରିଲ 30ତାରିଖ ସୁଦ୍ଧା ଶୁଣାଯିବ ବୋଲି ପ୍ରତିଶୃତି ଦେଇ ଥିଲେ, ହେଲେ ପ୍ରତିଶୃତି ର ଅବଧି ସରିଯାଇ ଥିଲେ ମଧ୍ୟ ରାସ୍ତା ନିର୍ମାଣ ହୋଇ ପାରିଲା ନାହିଁ, ଏଥି ପ୍ରତି ରାଜନେତା ଓ ପ୍ରଶାସନ ଅଧିକାରୀ ମାନେ ସତେ ଯେମିତି ଅସହାୟ ହୋଇ ପଡ଼ିଥିବା ଅଞ୍ଚଳବାସୀ ଅନୁଭବ କରୁଛନ୍ତି, ଛାମୁଣ୍ଡିଆ ଅଂଚଳ ର ଜୟଦେବ ସାହୁ କୁହନ୍ତି କାହା ପ୍ରଭାବରେ ଗଣିଆ -ବଡମୁଳ ରାସ୍ତା କାର୍ଯ୍ୟ ରେ ଅହେତୁକ ବିଳମ୍ବ ହେଉଛି ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଭିଜିଲାନ୍ସ ତଦନ୍ତ କରିବା ଆବଶ୍ୟକ ବୋଲି କହିଥିଲେ, ଗଣିଆ-ବଡମୁଳ ରାସ୍ତା ର ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଅଂଚଳ ବାସୀ ପୁଣି ଥରେ ବଡଧରଣ ର ଆନ୍ଦୋଳନ ର ମୁଣ୍ଡ ଟେକିବ ବୋଲି ଜଣାପଡିଛି, ଏହି ରାସ୍ତା କାର୍ଯ୍ୟ ଉପରେ ଗଣିଆ ସାମ୍ବାଦିକ ଭାଇ ମାନେ ବାରମ୍ବାର ଖବର ଛାପିବ ଓ ପ୍ରସାରଣ କଲେ ସୁଦ୍ଧା ପ୍ରଶାସନ ଚୂପୁ ହୋଇ ବସିଛି ବୋଲି ଲୋକ ମାନେ ଆଲୋଚନା କରନ୍ତି, ଆମ ଉତ୍କଳ ସମ୍ବାଦ ରେ ଖବର ପ୍ରସାରଣ ହେଲା ପରେ ରାଜ୍ୟ ସରକାର ଓ ଜ଼ିଲ୍ଲା ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ