ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ତହସିଲ ଅଫିସ ରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି, ଜନସାଧାରଣ ଲୋକ ମାନେ ଅସୁବିଧା ର ସମ୍ମୁଖୀନ, ସୂଚନା ଅନୁସାରେ ଗଣିଆ ତହସିଲ ଅଫିସ ଟି ଗଣିଆ ବ୍ଲକ ର ଆଠ ଗୋଟି ପଂଚାୟତ ନେଇ ଗଠିତ, ଗଣିଆ ତହସିଲ କୁ ପ୍ରତେକ ଦିନ ଶହ ଶହ ଲୋକ ମାନେ ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ବାର୍ଷିକ ଆୟ ପ୍ରମାଣ ପତ୍ର, ଲିଗାଲ ହେୟାର ରେଜେଷ୍ଟ୍ରି ଆଦି କାର୍ଯ୍ୟ କରିବା ପାଇଁ ଆସୁଛନ୍ତି, ଲୋକ ମାନେ ଖରାଦିନ ରେ ପାଣି ଟୋପାଏ ପାଇଁ ପାରୁନାହାନ୍ତି, ଫଳରେ ଲୋକ ମାନେ ଅସୁବିଧା ହେଉଛି,, ଆଜକୁ 15ଦିନ ହେଲା ପାଣି ମଟର ଟି ଖରାପ ହେବା ଯୋଗୁ ଅଫିସର କର୍ମଚାରୀ ଓ ଜନସାଧାରଣ ଲୋକ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ପାଣି ମଟର ଟି ଖରାପ ହେଲା ଦିନ ଠାରୁ ଗଣିଆ ତହସିଲ ଅଫିସ ତରଫରୁ ନୟାଗଡ ଜ଼ିଲ୍ଲା ଅଫିସ ସହିତ ଗଣିଆ ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ଚିଠି ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି, ଯାହା ଫଳରେ ଲୋକ ମାନଙ୍କ ଠାରୁ ଆରମ୍ଭ ଅଫିସ କର୍ମଚାରୀ ମାନେ ନାହି ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ଗଣିଆ ରେ ଜନସାଧାରଣ ଲୋକ ମାନେ କୁହନ୍ତି ଯେ ଅଫିସ ରେ ସରକାରୀ କର୍ମଚାରୀ ମାନଙ୍କ କଥା ଶୁଣୁନାହାନ୍ତି ଯଦି ଜନସାଧାରଣ ଲୋକ ମାନଙ୍କ ଦୁଃଖ ବୁଝିବା ପାଇଁ କେତେ ଦିନ ସମୟ ଲାଗିବା ବୋଲି ଆଲୋଚନା ହେଉଛି, ତୁରନ୍ତ ମଟର ଟି ମରାମତି କରି ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଜନସାଧାରଣ ଲୋକ ମାନେ ଜ଼ିଲ୍ଲାପାଳ ଅଭିଯୋଗ କରିଥିଲେ,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ