ଗଣିଆ (ମନୋରଞ୍ଜନ ମଳିକ )- ନୟାଗଡ ଜିଲ୍ଲା ଗଣିଆ ବ୍ଲକର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ର ନିଜସ୍ୱ ହାତ ପାଣ୍ଠି ଟଙ୍କା କୁ ମନଇଛା କଲେଜ ଅଧକ୍ଷ ଲଷ୍ମୀକନ୍ତ ପଣ୍ଡା ମହାବିଦ୍ୟାଳୟ ର ପରିଚାଳନା କମିଟି ର ଅଗୋଚରରେ ଅନିୟମିତତା ଭାବେ ଖର୍ଚ୍ଚ କରିଥିବା ଏବଂ ରାତି ଅଧିଆ ପରିଚାଳନା କମିଟି ର ଦସ୍ତଖତ କରିବା ଅଭିଯୋଗ ରେ ସୋମବାର ଦିନ କଲେଜ ସମୁଖ ରେ ଧାରଣାଦେଇଛନ୍ତି l ସୂଚନା ମୁତାବକ ପରିଚାଳନା କମିଟି ସଦସ୍ୟ ତଥା ଅଧ୍ୟାପକ ଅଖିଳ ବିହାରୀ ହୋତା ଓ ଅଧ୍ୟାପିକା ଶର୍ମିଳା ଦାସ ଙ୍କ ସୂଚନା ମୁତାବକ କଲେଜର ଅଧ୍ୟକ୍ଷ ଲଷ୍ମୀକନ୍ତ ପଣ୍ଡା ପରିଚାଳନା କମିଟିର ସୁପାରିସ କ୍ରମେ ହାତ ପାଣ୍ଠି ଖର୍ଚ୍ଚ କରିବା ର ନିୟମ ଥିଲେ ମଧ୍ୟ ଏହାକୁ ଖାତିର ନ କରି ନିଜେ ଷୋହଳ ଲକ୍ଷ ଅଣତିରିଶ ହଜାର ଛଅ ସତ ନଅ ଟଙ୍କା ଅର୍ଥ ମନଇଛା ଖର୍ଚ କରିବା କେତେଦୂର ଯଥାର୍ଥ ବୋଲି ଜଣାଇଥିଲେ ଏବଂଏହା ପୂର୍ବରୁ କଲେଜ ର ଉନ୍ନତି ନିମନ୍ତେ ଆସିଥିବା ଟଙ୍କା ର ସଦୁପଯୋଗ ହୋଇନଥିବା ଅଭିଯୋଗ କୁ ଭିତ୍ତି କରି ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ର ନିର୍ଦେଶ କ୍ରମେ ସ୍ୱତନ୍ତ୍ର ଯାଞ୍ଚ ପାଇଁ ଏକ ପ୍ରରିନିଧି ଦଳ ଯାଞ୍ଚ କରିବା ପରେ ଅଧକ୍ଷ ଚଞ୍ଚକତା ପୂର୍ଣ୍ଣ ଭାବେ ପରିଚାଳନା କମିଟି ର ବୈଠକ ଡକlନଯାଇ ରାତିରେ ଖାତା ବୁଲାଇ ଦସ୍ତଖତ କରାଯାଇଛି ବୋଲି ଧାରଣରତ ଅଧ୍ୟାପକ ମାନେ ଅଭିଯୋଗ ଆଣିଥିଲେ l ଏହାର ପ୍ରତିବାଦ ରେ ଉଚ୍ଚ ସ୍ତରୀୟ ବିଭାଗୀୟ ଅଧିକାରୀ ଙ୍କୁ ଜଣା ଯାଇଛି ଏବଂ ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ଖବର ପରିପ୍ରକାଶ ହେବବୋଲି ଜଣାଇଥିଲେ l ଏ ନେଇ କଲେଜ ଅଧକ୍ଷ ଙ୍କ ଦାୟିତ୍ୱରେ ଥିବା ଅଧ୍ୟାପକ ଅଶୋକ କୁମାର ଦାସ କହିଛନ୍ତି ଏ ବିଷୟରେ ମୁ କିଛି କହିପାରିବିନି,ଏ ସବୁ କଲେଜ ର ଅଭ୍ୟନ୍ତରୀଣ କଥା l
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା