June 26, 2025

Utkal Sambad

ଗଣଶିକ୍ଷା ବିଭାଗ ର ଶିକ୍ଷାନୀତି କୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ବିରୋଧ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ଶ୍ରୀ ବିଜୟ କୁମାର ମହାରଣା ଙ୍କ ଅଧକ୍ଷତା ରେ ଗଣଶିକ୍ଷା ବିଭାଗ ର ପ୍ରକାଶିତ ଚିଠି ନମ୍ବର -12636/ତା -3/5/25କୁ ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଗଣିଆ ଶିକ୍ଷକ ଭବନ ରେ ଏକ ପ୍ରତ୍ୟାଖାନ ସଭା ଅନୁଷ୍ଠିତ କରିଥିଲେ, ଏହି ସଭାରେ OTET କୁ ପଦୋନ୍ୱିତ ପାଇଁ ବାଧ୍ୟତା ମୂଳକ ନ କରିବା କୁ ଏକ ସମାଲୋଚନା ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଗଣିଆ ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ସରକାର ଙ୍କ ତରଫରୁ 2011ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପଦୋନତି ପାଇଁ OTET ପରୀକ୍ଷା ବାଧ୍ୟତା ମୂଳକ ନୁହେଁ ବୋଲି ମତପ୍ରକା ଶ କରିଥିଲେ, ବର୍ତମାନ କାହାର ଅବସର ସମୟ 2ରୁ 4ବର୍ଷ ବାକି ରହିଥିବା ବେଳେ ତାକୁ OTET ପରୀକ୍ଷା ବାଧ୍ୟତା ମୂଳକ କରିବା ଏକ ହାସ୍ୟାସ୍ପଦ ଘଟଣା ଅଟେ ବୋଲି ଆଲୋଚନା କରାଯାଇଥିଲା, ପ୍ରକାଶ ଥାଉକି ଶିକ୍ଷକ ମାନଙ୍କ କହିବା ଅନୁଯାୟୀ 2011ମସିହା ରେ ଶିକ୍ଷକ ମାନଙ୍କ ନିଯୁକ୍ତି ହେବା ବେଳେ ତତକାଳିନ ସରକାର OTET ବିଷୟ ରେ କୌଣସି ଚୁକ୍ତି ହୋଇନଥିଲା, ଉକ୍ତ ସଭାରେ 50ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ, ତେଣୁ ଆଜିର ବୈଠକ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସରକାର କୁ ଅନୁରୋଧ କରିବା ସହିତ ପଦନତି ଦିଆଯାଉ ବୋଲି ନିବେଦନ କରିବା ସହ OTET ନିୟମ ପ୍ରତ୍ୟାଖ୍ୟାନ କରିଛନ୍ତି. ଆଜିର କାର୍ଯ୍ୟକ୍ରମ ରେ ସମ୍ପାଦକ ସୁରେଶ କୁମାର ବେହେରା, ଶୁକଦେବ ରାଉତ, ଶୋଭନ କୁମାର ପଣ୍ଡା, ବଳରାମ ବେହେରା, ଧୂବ ଚରଣ ସାହୁ, ଙ୍କ ସମେତ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସୁଚାର ରୂପେ ପରିଚାଳନା କରିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପଦୋନତି କରିବା ପାଇଁ ଅନୁରୋଧ କରିଥିଲେ,